17.1 C
Bhubaneswar
Friday, January 17, 2025
Homeଦେଶ ବିଦେଶ୧୫ ମାଓ ସଦସ୍ୟଙ୍କ ଆତ୍ମସମର୍ପଣ

୧୫ ମାଓ ସଦସ୍ୟଙ୍କ ଆତ୍ମସମର୍ପଣ

ଝାଡ଼ଖଣ୍ଡ : ମାଓବାଦୀ ସଂଗଠନ ସହ ଜଡ଼ିତ ୧୫ ସକ୍ରିୟ ମାଓ ସଦସ୍ୟ ଗୁରୁବାର ଝାଡ଼ଖଣ୍ଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇଜଣ ମହିଳା ମାଓବାଦୀ ଥିବାବେଳେ ୧୩ ଜଣ ପୁରୁଷ ନକ୍ସଲ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ଯ ଅଛନ୍ତି। ପଶ୍ଚିମସିଂଭୂମ ଜିଲ୍ଲାର ବିଭିନ୍ନ ଥାନାରେ ନକ୍ସଲଙ୍କ ହିଂସା ଘଟାଇଥିବାରୁ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ବିରୋଧରେ ବହୁ ଗୁରୁତର ମାମଲା ରହିଛି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଝାଡ଼ଖଣ୍ଡ ଅଞ୍ଚଳର ବାସିନ୍ଦା।
ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ପାଇଁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବ। ଅପର ପକ୍ଷେ ଲୋକସଭା ନିର୍ବାଚନ ପୂର୍ବରୁ ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣକୁ ପୁଲିସ ଅଧିକାରୀମାନେ ଏକ ବଡ଼ ସଫଳତା ବୋଲି କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ପ୍ରଧାନ କୋଡ଼ା(୪୫), ଚନ୍ଦ୍ର ମୋହନ (୨୯), ପାଗଲା ଗୋପ (୪୯), ଯୋଗେନ୍ କୋଡ଼ା (୪୪), ପେଲାଙ୍ଗ କୋଡା (୨୯), ସୋନୁ ଚାମ୍ପିଆ(୧୯), ରାମଯା ପୂର୍ଭି (୪୯), ସୋହନ ସିଂ ହେମ୍ବ୍ରମ (୨୪), ଡୋରନ ଚାମ୍ପିଆ(୨୩), ସୁଶିଲ ଚାମ୍ପିଆ(୫୦), ମଣି ଚାମ୍ପିଆ(୪୦), ଅମନ୍ ଚମ୍ପିଆ(୨୩), ଗଙ୍ଗା ରାମ (୧୯), ବାୟୋ କୋଡ଼ା (୪୬)ଙ୍କ ସମେତ ଜଣେ ନାବାଳକ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking