33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶହସ୍ପିଟାଲରେ ସମସ୍ତ ପ୍ରସ୍ତୁତି ପାଇଁ ମୋଦୀଙ୍କ ନିର୍ଦ୍ଦେଶ

ହସ୍ପିଟାଲରେ ସମସ୍ତ ପ୍ରସ୍ତୁତି ପାଇଁ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ କେନ୍ଦ୍ର ସମୀକ୍ଷା ବୈଠକ କରାଯାଇଛି । ସାରା ଦେଶରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତୁତି ବୈଠକର ସମୀକ୍ଷା କରିଛନ୍ତି । ବୈଠକରେ ହିବ ମୁକାବିଲା ନେଇ ଆଲୋଚନା ହେବା ପରେ ହସ୍ପିଟାଲ ମାନଙ୍କରେ ଅତ୍ୟାବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍ସ, ଓଆରଏସ ଏବଂ ପାନୀୟ ଜଳ ଆଦି ମହଜୁଦ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି l ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟରୁ ଜିଲ୍ଲା ସ୍ତରରେ ସମନ୍ଵୟ ରକ୍ଷା କରି ଖରାତାତିରୁ ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ । ହସ୍ପିଟାଲରେ ସମସ୍ତ ପ୍ରକାର ପ୍ରସ୍ତୁତି ରହିବା ସହିତ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି । ଜଙ୍ଗଲରେ ଯଦି କୁଁଠଇ ନିଆଁ ଲାଗୁଛି ତେବେ ତୁରନ୍ତ ତାକୁ ଲିଭାଇବା ଓ ଜଙ୍ଗଲ ନିଆଁ ଶୀଘ୍ର ଚିହ୍ନଟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମଡି ବିଭାଗର ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାନ୍କରଣର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking