34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଆମେରିକା ମାଗାଜିନ୍ କଭର ପେଜ୍‌ରେ ମୋଦୀ

ଆମେରିକା ମାଗାଜିନ୍ କଭର ପେଜ୍‌ରେ ମୋଦୀ

ନ୍ୟୁୟର୍କ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ, ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ୍ ନ୍ୟୁଜ୍‌କ୍ୱିକ୍‌’ର କଭରପେଜ୍‌ରେ ସ୍ଥାନ ପାଇଛନ୍ତି । ନୁୂ୍ୟଜ୍‌କ୍ୱିକ୍‌କୁ ଦୀର୍ଘ ୯୦ ମିନିଟ୍ ଧରି ମୋଦୀ ଦେଇଥିବା ସାକ୍ଷାତକାରକୁ ମାଗାଜିନ୍ କର୍ତ୍ତୃପକ୍ଷ, କଭର ଷ୍ଟୋରୀ ଭାବେ ପ୍ରକାଶ କରିଛନ୍ତି । ଏହି ସମୟରେ ମୋଦୀ କହିଛନ୍ତି, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ । ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦ ପ୍ରସଙ୍ଗରେ ତଥା ପରିସ୍ଥିତି ସମ୍ପର୍କରେ ଉଭୟ ପକ୍ଷ ମିଳିତ ଭାବେ ଆଲୋଚନା କରିବା ଉଚିତ୍ । ଯାହାଦ୍ୱାରା ବିବାଦକୁ ପଛରେ ଛାଡି ଦିଆଯାଇପାରେ । କେବଳ ଭାରତ-ଚୀନ ନୁହେଁ ବରଂ ସମଗ୍ର ଅଞ୍ଚଳ ଏବଂ ବିଶ୍ୱପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ମାଧ୍ୟମରେ ମୁଁ ଆମର ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବ ବୋଲି ମୋଦୀ ଆଶା ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking