28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଆରମ୍ଭ ହେବ ବାଣିଜ୍ୟିକ କାରବାର

ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଆରମ୍ଭ ହେବ ବାଣିଜ୍ୟିକ କାରବାର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ନେଇ ଇମରାନ ଖାନ୍‌ଙ୍କ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି । ଆର୍ଥିକ ମାମଲା ସହ ଜଡିତ କ୍ୟାବିନେଟ ଭାରତ ସହ ବାଣିଜ୍ୟ ପାଇଁ ମଂଜୁରୀ ଦେଇଛି । ଏବେ ପାକିସ୍ତାନ ଜୁନ ୨୦୨୧ ପର୍ଯ୍ୟନ୍ତ ଭାରତରୁ କପା ଆମଦାନୀ କରିବ । ପାକିସ୍ତାନୀ ମିଡିଆ ଅନୁସାରେ, ପାକିସ୍ତାନ ଖୁବଶୀଘ୍ର ଚିନିକୁ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରିପାରେ ଏବଂ ଆମଦାନୀ ଉପରେ ମୋହର ମାରିପାରେ । ପାକିସ୍ତାନ କ୍ୟାବିନେଟ ଇକୋନୋମିକ କୋଅର୍ଡିନେସନ କମିଟି ବୁଧବାର ନିଜର ଏକ ରିପୋର୍ଟ ଉପସ୍ଥାପିତ କରିଥିଲା । ସେହି ରିପୋର୍ଟରେ ଭାରତ ସହିତ କପା ଓ ଚିନି କାରବାର ଆରମ୍ଭ କରିବାକୁ ଅପିଲ କରିଥିଲା । କମିଟିର ଏହି ରିପୋର୍ଟକୁ ମଂଜୁରୀ ମିଳିବା ପରେ ପାକିସ୍ତାନ ଆଧିକାରିକ ଭାବରେ ଭାରତରୁ ବାଣିଜ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ମତାନ୍ତର ରହିଛି । ୨୦୧୯ ଅଗଷ୍ଟରେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଠିବା ପରେ ପାକିସ୍ତାନ ଓ ତିଲମିଆ ଉଠିଥିଲା । ପାକିସ୍ତାନ ଭାରତ ସହ କାରବାର କରିବା ବନ୍ଦ କରିଦେଇଥିଲା । ସେହିଭଳି ଭାରତ ମଧ୍ୟ ପୁଲୱାମା ହମଲା ପରେ ପାକିସ୍ତାନରୁ ଆସୁଥିବା ସମସ୍ତ ଦ୍ରବ୍ୟ ଉପରେ ୨୦୦ ପ୍ରତିଶତ ଡ୍ୟୁଟି ଲଗାଇ ଦେଇଥିଲା । ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଠପ ହୋଇଯାଇଥିଲା । ପାକିସ୍ତାନ ଚିନି ଓ କପା ଆମଦାନୀ ପକ୍ଷରେ ଏଥିପାଇଁ ଆସିଲା କାରଣ ପାକିସ୍ତାନକୁ ଏହି ଦୁଇ ଜିନିଷ ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଥିଲା । ଏହାପୂର୍ବରୁ ମେ ୨୦୨୦ରେ ପାକିସ୍ତାନ ଭାରତରୁ ଆମଦାନୀ ହେଉଥିବା ମେଡିସିନ ଓ ର ମ୍ୟାଟେରିଆଲ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବି ହଟାଇଥିଲା । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହି ନିଷ୍ପତ୍ତି ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking