31.1 C
Bhubaneswar
Friday, March 29, 2024
Homeଖେଳଓସିଏ ଭିଜନ ୨୦୨୪: ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ

ଓସିଏ ଭିଜନ ୨୦୨୪: ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ

 

ବଲାଙ୍ଗିର: ଆଜି ବଲାଙ୍ଗିର ଗାନ୍ଧୀଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ ହୋଇଛି ।
ଆଜିର ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ଟିଟିଲାଗଡ଼ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ଼ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି କରି ୨୫.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ତରଫରୁ ମହମ୍ମଦ ୟୁସୁଫ ସର୍ବାଧିକ ୪୧ ରନ୍ ଓ ବିକି ନାଗ ୧୮ ରନ୍ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ତରଫରୁ ଧର୍ମେନ୍ଦ୍ର ମିଶ୍ର ୪ ଟି ଓ ପୁର୍ଣ୍ଣ ଚନ୍ଦ୍ର ବଗର୍ତ୍ତି ୩ ଟି ୱିକେଟ ଅକ୍ତିଆର କରିଥିଲେ । ୧୧୫ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ୨୧ ଓଭରେ ୩ ଉଇକେଟ ହରାଇ ୧୧୮ ରନ ସଂଗ୍ରହ କରି ଏହି ମ୍ୟାଚରେ ୭ ଉଇକେଟ ରେ ବିଜୟୀ ହୋଇଥିଲେ । ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ତରଫରୁ ତନୁ ଶୁଭମ ସର୍ବାଧିକ ୪୮ ରନ୍ ଓ ଅସ୍ମିତ ପ୍ରଧାନ ୩୯ ରନ୍ ସଂଗ୍ରହ କରିଥିଲେ । ଟିଟିଲାଗଡ଼ ଦଳ ତରଫରୁ ଉଭୟ ସୁମିତ ଓ ବୁଲୁ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବର ଧର୍ମେନ୍ଦ୍ର ମିଶ୍ରଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ରାଜେନ୍ଦ୍ର ସେଠ ଓ ମୁକେଶ ସ୍ବାଇଁ ପରିଚାଲନା କରିଥିବା ବେଳେ ସୁଭମ ନାଏକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking