30.1 C
Bhubaneswar
Friday, April 26, 2024
Homeଆଇପିଏଲ୍ -2022ନାମିବ୍ୟାକୁ ହରାଇ ସେମିରେ ପାକିସ୍ତାନ

ନାମିବ୍ୟାକୁ ହରାଇ ସେମିରେ ପାକିସ୍ତାନ

ଆବୁଧାବି : ଚଳିତ ଟି-୨୦ ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଥିବା ପାକିସ୍ତାନ ମଙ୍ଗଳବାର ସୁପର ୧୨ର ଏକ ମ୍ୟାଚ୍‌ରେ ନାମିବ୍ୟାକୁ ୪୫ ରନ୍‌ରେ ହରାଇ ଲଗାତାର ଚତୁର୍ଥ ବିଜୟ ସହ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି । ଏହା ବିଶ୍ୱକପ୍‌ରେ ପାକିସ୍ତାନର ରେକର୍ଡ ୫ମ ସେମିଫାଇନାଲ୍ । ବାବର ଆଜମ୍‌ଙ୍କ ୭୦ ଏବଂ ମହମ୍ମଦ ରିଜ୍‌ୱାନ୍‌ଙ୍କ ଅପରାଜିତ ୭୯ ରନ୍ ବଳରେ ପାକିସ୍ତାନ ୩ ୱିକେଟ୍ ବିନିମୟରେ ୧୮୯ ରନ୍ କରିଥିଲା । ଜବାବରେ ୧୯୦ ରନ୍‌ର ପିଛା କରୁଥିବା ନାମ୍ବିୟା ୫ ୱିକେଟ୍ ହରାଇ ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଟିମ୍ ପକ୍ଷରୁ କ୍ରେଗ୍ ୱିଲିଅମ୍‌ସନ୍ ୪୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଫେନ୍ ବାର୍ଡ ୨୯, କ୍ୟାପ୍‌ଟେନ୍ ଗେରହାର୍ଡ ଏରାସ୍‌ମସ୍ ୧୫ ଏବଂ ଡେଭିସ୍ ୱିସେ ୪୩ ରନ୍ କରି ଜାନ୍ ନିକୋଲ୍ (୭)ଙ୍କ ସହ ଅପରାଜିତ ଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପାକିସ୍ତାନର ଦୁଇ ଓପ୍ନର୍ ପ୍ରଥମ ୱିକେଟ୍ ପାଇଁ ୧୧୩ ରନ୍‌ର ପାର୍ଟନରଶିପ୍ କରିଥିଲେ । ଏହା ସହିତ ଉଭୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫ ଶତକୀୟ ପାର୍ଟନର୍‌ଶିପ୍ କରିବାରେ ବିଶ୍ୱର ପ୍ରଥମ ଯୋଡ଼ି ହୋଇଛନ୍ତି । ସେହିପରି ସେମାନେ ଭାରତର ଶିଖର ଧୱନ୍ ଓ ରୋହିତ ଶର୍ମାଙ୍କ ଯୋଡ଼ିକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଭାରତୀୟ ଯୋଡ଼ି ପୂର୍ବରୁ ୪ଟି ଶତକୀୟ ପାର୍ଟନର୍‌ଶିପ୍ କରିଥିଲେ । ୪୯ ବଲ୍‌ରେ ୭ଟି ଚୌକା ସହ ୭୦ ରନ୍ କରିଥିବା ଆଜମ୍‌ରଙ୍କର ଏହା କ୍ୟାପ୍‌ଟେନ୍ ଭାବେ ଟି-୨୦ରେ ୧୪ ତମ ଏବଂ ଚଳିତ ବିଶ୍ୱକପ୍‌ରେ ୩ୟ ଅର୍ଦ୍ଧଶତକ ଥିଲା । ଅନ୍ୟପକ୍ଷରେ ୫୦ ବଲ୍‌ରୁ ୮ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ୭୯ ରନ୍ କରିଥିବା ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜ୍‌ୱାନ୍ ମଧ୍ୟ ଏକ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୯୦୦ ଟି-୨୦ ରନ୍ କରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking