33.1 C
Bhubaneswar
Sunday, April 28, 2024
Homeଓଡିଶା୨୦ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ଖୁବ୍‌ଶୀଘ୍ର : ମୁଖ୍ୟମନ୍ତ୍ରୀ

୨୦ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ଖୁବ୍‌ଶୀଘ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦ୍ୱିତୀୟ ଲହରୀବେଳେ ଦେଶବ୍ୟାପୀ ଯେଉଁଭଳି ଅକ୍ସିଜେନର ଅଭାବ ସୃଷ୍ଟି ହେଲା ଏବଂ ରୋଗୀ ଅକାଳରେ ମୃତ୍ୟୁବରଣ କଲେ, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାରେ ସରକାର ସଫଳ ହୋଇଥିଲେ ହେଁ ଏଥିରୁ ପ୍ରମୁଖ ଜିଲ୍ଲାରେ ୨୦ଟି ପ୍ଲାଣ୍ଟ ଅଗଷ୍ଟ ଶେଷସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ୍ ମହାମାରୀର ମୁକାବିଲା ସହ ସ୍ୱାସ୍ଥ୍ୟ ଭତ୍ତିଭୂମି ବିକାଶ ଉପରେ ଓଡ଼ିଶା ସରକାର ଅଧିକ ଫୋକସ୍ ଦେଇଛନ୍ତି । ସେଥିପାଇଁ ଲୋକଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୨୦ଟି ଡାକ୍ତରଖାନାରେ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି । ତାହା କାର୍ଯ୍ୟକ୍ଷମ ହେଲେ କରୋନା ରୋଗୀ ବେଶ୍ ଉପକୃତ ହେବେ ।

ଅକ୍ସିଜେନ୍ ପ୍ଲାଣ୍ଟ ଉତ୍ପାଦନ କାର୍ଯ୍ୟର ଯେପରି କିଛି ବିଭ୍ରାଟ୍ ନଘଟେ ସେଥିପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସରକାର ଏହାର ସୁପରିଚାଳନା ପାଇଁ ଦୁଇ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ତେଣୁ ଭବିଷ୍ୟତରେ ଅକ୍ସିଜେନକୁ ନେଇ ସେଭଳି କିଛି ସମସ୍ୟା ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଉଲ୍ଲେଖନୀୟ ଯେ ପ୍ରଥମେ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ମୁଖ୍ୟ ଡାକ୍ତରଖାନାରେ ଅକ୍ସିଜେନ୍ ପ୍ଲାଣ୍ଟ ବସାଇଥିଲେ। ପରେ ଆଉ ଆଉ ୧୮ଟି ଜିଲ୍ଲାରେ ପ୍ଲାଣ୍ଟ ବସିଲା । ଏହାପରେ ଗତ ଜୁନ ୨୬ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ଆଉ ୭ ଜିଲ୍ଲାରେ ଲିକ୍ୟୁଡ୍ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର କରିଥିଲେ । ସେହି ଜିଲ୍ଲାଗୁଡିକ ହେଉଛି-ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡ଼ା । ଏହିିଭଳି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ହେଲେ ଚଳିତ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ୨୦ଟି ଡାକ୍ତରଖାନାରେ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking