28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରଖୋଲିଲା ମାର୍କେଟ୍ ବିଲ୍ଡିଂ, ତୁଟୁନି ବିବାଦ

ଖୋଲିଲା ମାର୍କେଟ୍ ବିଲ୍ଡିଂ, ତୁଟୁନି ବିବାଦ

ଭୁବନେଶ୍ୱର: ବାଦ ବିବାଦ ପରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ଖୋଲିଛି । ମାର୍କେଟ ବିଲ୍ଡିଂ ସଂଘ ସେଣ୍ଟ୍ରାଲ ମାର୍କେଟ ଆସୋସିଏସ୍‌ନର ଦାବିକୁ ବିଏମ୍‌ସି ମାନିବା ପରେ ଗୁରୁବାର ସକାଳୁ ମାର୍କେଟ ଖୋଲିଥିଲା । ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ କାରଣରୁ ଗତ ୩୧ ତାରିଖରୁ ୪ଦିନ ଧରି ମାର୍କେଟକୁ ଆସୋସିଏସନ୍ ବନ୍ଦ ରଖିଥିଲା । ମାର୍କେଟ ଖୋଲିବା ପରେ ସବୁକିଛି ସ୍ୱାଭାବିକ ଭାବେ ଚାଲିଥିବାବେଳେ ସନ୍ଧ୍ୟା ସମୟରେ ୧୦ରୁ ୧୨ଜଣ ଉଠା ଦୋକାନୀ ଆସି ମାର୍କେଟରେ ବସିବାକୁ ଚେଷ୍ଟା କରିଥିଲେ । ତେବେ ସେଠାରେ ମୁତୟନ ଥିବା ପୋଲିସ ସେମାନଙ୍କୁ ସେଠାରୁ ଉଠାଇ ଦେଇଥିଲେ ।

ଯାହାକୁ ନେଇ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ୪ଦିନ ପରେ ମାର୍କେଟ ଖୋଲିଥିବାରୁ ପ୍ରବଳ ଭିଡ଼ ଦେଖା ଦେଇଥିଲା । ସୂଚନାଯୋଗ୍ୟ, ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କ ଉଚ୍ଛେଦ ଦାବି କରି ଆସୋସିଏସନ ମାର୍କେଟ ବନ୍ଦ ରଖିଥିଲା । ବୁଧବାର ବିଏମ୍‌ସି ସହିତ ଆଲୋଚନା ପରେ ଖୋଲିବା ନେଇ ହୋଇଥିଲା । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ପୋଲିସ ପେଟ୍ରୋଲିଂ ଓ ବିଏମ୍‌ସିର ମିଳିତ ଚଢ଼ାଉ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଏଏସ୍‌ଆଇ ଅଧିକାରୀ ଏହାର ସୁରକ୍ଷା ଦାୟିତ୍ୱରେ ରହିବେ । ମାସକ ପର୍ଯ୍ୟନ୍ତ ଏହି ପେଟ୍ରୋଲିଂ ଚାଲୁ ରହିବ । ସେହିପରି ବିଏମ୍‌ସି ପକ୍ଷରୁ ମଧ୍ୟ କର୍ମଚାରୀ ତଦାରଖ ରହିବେ । ପ୍ରତି ୭ ଦିନରେ ସେମାନେ ବଦଳି ନୂଅ । କର୍ମଚାରୀ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking