26.1 C
Bhubaneswar
Tuesday, May 7, 2024
Homeଅପରାଧଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲା ନାବାଳକ

ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲା ନାବାଳକ

ଭୋପାଳ : ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ନାବାଳକଟି ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ଏହି ଘଟଣା ପରେ ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି ହୋଇଯାଇଛି । ଏନେଇ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ସରକାର ପକ୍ଷରୁ କୁହାଯାଇଛି । ଏହି ପ୍ରସ୍ତାବିତ ଆଇନରେ ଅଲଲାଇନ ଗେମିଂ, ଗାମ୍ବେଲିଂ ଓ ବେଟିଂକୁ ଅପରାଧ ଭାବେ ବିବେଚନା କରାଯିବ । ଆଡିକ୍ଟିଭ ଗେମ୍ସ ପ୍ରସ୍ତୁତ କରୁଥିବା ୱେବସାଇଟ ଓ ଆପ୍ଲିକେସନ ଉପରେ ମଧ୍ୟ ରୋକ ଲାଗିବ । ପିଲାମାନଙ୍କୁ କ୍ଷତି ପହଞ୍ଚାଇବା ଭଳି ଗେମ ତିଆରି କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବିତ ଆଇନରେ ଜେଲଦଣ୍ଡର ବ୍ୟବସ୍ଥା ହେବ । ସେହିପରି ସେମାନଙ୍କ ଉପରେ ଜରିମାନା ମଧ୍ୟ ଲଗାଯିବ । ଭୋପାଲର ଶଙ୍କରାଚାର୍ଯ୍ୟ କଲୋନୀରେ ରହୁଥିବା ୧୧ ବର୍ଷୀୟ ସୂର୍ଯ୍ୟକାନ୍ତ ଓଝା ଅନଲାଇନରେ ଗେମ ଖେଳି ୬ ହଜାର ଟଙ୍କା ହରାଇଥିଲେ । ଏକଥା ତାଙ୍କ ବାପା ମା’ ଆଦୌ ଜାଣି ପାରି ନଥିଲେ । ତେବେ ଟଙ୍କା ହାରି ଯାଇଥିବାରୁ ସୂର୍ଯ୍ୟକାନ୍ତ ଭୟରେ ଆତ୍ମହତ୍ୟା କରି ଦେଇଥିଲେ । ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ଡ. ନରତ୍ତୋମ ମିଶ୍ରା କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଅନଲାଇନ ଗେମିଂ ପାଇଁ ଅନେକ ପିଲା ଆତ୍ମହତ୍ୟା କରୁଛନ୍ତି । ଏହାକୁ ରୋକିବା ପାଇଁ ଆମେ ଖୁବଶୀଘ୍ର ଆଇନ ଆଣିବୁ । ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇ ସାରିଛି ଓ ଖୁବଶୀଘ୍ର ଏହା ଚୂଡ଼ାନ୍ତ ରୂପରେ ସାମ୍ନାକୁ ଆସିବ ।” ଏହି ଘଟଣା ପରେ ଅନେକ ଲୋକ ଅନଲାଇନ ଗେମିଂକୁ ଆଇନ ପରିସର ଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି । ବିଶେଷ କରି ମହାମାରୀ କରୋନା ଯୋଗୁ ଛୋଟ ପିଲାମାନେ ମୋବାଇଲର ବ୍ୟବହାର କରୁଛନ୍ତି । ଏହି ସମୟରେ ସେମାନେ ଅନଲାଇନ ଗେମ୍ ପଞ୍ଝାରେ ପଡ଼ୁଛନ୍ତି । ତେଣୁ ଏହାକୁ ରୋକିବା ପାଇଁ ଗେମ୍‌ଗୁଡ଼ିକ ଆଇନ ପରିସର ଭୁକ୍ତ ହେବା ଦାରକାର ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking