33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମାଗଣା ଖାଇବାର ଲୋଭ ଯୁବକଙ୍କୁ ପଡ଼ିଲା ମହଙ୍ଗା 

ମାଗଣା ଖାଇବାର ଲୋଭ ଯୁବକଙ୍କୁ ପଡ଼ିଲା ମହଙ୍ଗା 

ନୂଆଦିଲ୍ଳୀ: ମାଗଣା ଖାଇବାର ଲୋଭ ମହଙ୍ଗା ପଡିଛି । ଜଣେ ୭୪ ବର୍ଷୀୟ ବ୍ୟକ୍ତି ମାଗଣା ଖାଇବା ଲୋଭରେ ପଡିଥିବା ବେଳେ ସାଇବର ଠକ ଆକାଉଣ୍ଟରେ କଳାକନା ବୁଲାଇ ଦେଇଛନ୍ତି । ଫେସବୁକରେ ମାଗଣା ଖାଇବାର ବିଜ୍ଞାପନ ଦେଖି ଲାଳସାରେ ପଡି ଯାଇଥିଲେ ଆଉ ଆକାଉଣ୍ଟରୁ କଟି ଯାଇଥିଲା ୧ଲକ୍ଷ ଟଙ୍କା । ଏହି ବ୍ୟକ୍ତିଙ୍କ ନାମ ହେଉଛି ଏନ ଡି ଆନନ୍ଦ । ଫେସବୁକ୍ ପେଜ୍‌ରେ ୧୦୦ ଟଙ୍କାରେ ଦୁଇଟି ଥାଳି ମିଲ୍ ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ ଆନନ୍ଦ । ଆନନ୍ଦ ୧୯ ତାରିଖରେ ଏହି ବିଜ୍ଞାପନ ଦେଖିବା ସହିତ ଏହାର ଲାଭ ଉଠାଇବାକୁ ଚାହିଁଥିଲେ । ୧୯ ତାରିଖରେ ଏହି ବିଜ୍ଞାପନ ଦେଖିବା ପରେ ଏହାର ଫାଇଦା ଉଠାଇବାକୁ ଯାଇଥିଲେ ଆନନ୍ଦ । ତେବେ ଏହାର ବିପରୀତ ଫଳ କିନ୍ତୁ ତାଙ୍କୁ ମିଳିଥିଲା । ଦୁଇଟି ଥାଳିର ମୂଲ୍ୟ ମାତ୍ର ୧୦୦ ଟଙ୍କା ରହିଥିଲା । ପ୍ରଥମେ ୧୦ ଟଙ୍କାର ପେମେଣ୍ଟ କରିବାକୁ ପଡିଥିଲା ଏବଂ ପରବର୍ତ୍ତୀ ୯୦ ଟଙ୍କା ଡେଲିଭରୀ ସମୟରେ ଦେଇଥା’ନ୍ତେ । ତେବେ ୧୦ ଟଙ୍କା ପେମେଣ୍ଟ କରିବାର ତୁରନ୍ତ ପରେ ୪୯ ହଜାର ୭୨୦ ଟଙ୍କା ଦୁଇଥର କଟି ଯାଇଥିଲା । ଅଭିଯୋଗକାରୀଙ୍କ କହିବା ଅନୁସାରେ ଦୀପକ ନାମକ ଜନୈକ ବ୍ୟକ୍ତି କଲଟି ଉଠାଇଥିଲେ । କଲ ସମୟରେ ସେ ୧୦ ଟଙ୍କାର ପେମେଣ୍ଟ କରିଥିଲେ । ଏହାପରେ ଅର୍ଡର ସମ୍ପୂର୍ଣ୍ଣ କରିବା ପାଇଁ ଓଟିପି ଶେୟାର କରିବା ପରେ ତାଙ୍କ ଆକାଉଣ୍ଟରୁ ପଇସା କଟି ଯାଇଥିଲା । ଏହି ଘଟଣାକୁ ନେଇ ଆନନ୍ଦ ସାଇବର କ୍ରାଇମ ବିଭାଗ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking