39.1 C
Bhubaneswar
Tuesday, April 23, 2024
Homeଅପରାଧପୁରୀରେ ପୁଣି ଲଜ୍ଜା : ଚିକେନ୍ ଖାଇବାକୁ ଡାକି ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ 

ପୁରୀରେ ପୁଣି ଲଜ୍ଜା : ଚିକେନ୍ ଖାଇବାକୁ ଡାକି ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ 

ପୁରୀ : ପୁରୀରେ ପୁଣି ଲଜ୍ଜାଜନକ ଘଟଣା । ୫ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତ ରବିବାର ଘରକୁ ଚିକେନ ଖାଇବାକୁ ଡାକିନେଇ ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ନେଇ ପୁରୀ ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି । ପଡୋଶୀ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ । ବଳିଆପଣ୍ଡା ଥାନାରେ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାର ସୂଚନା ମିଳିଛି । ଏଭଳି ସମାନ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଜଣେ ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଜଣେ ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି । ପୀଡିତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୩ ତାରିଖରେ ଦିବ୍ୟାଙ୍ଗ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ । ପରିବାର ଲୋକେ ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ସମ୍ପୃକ୍ତ ଆତ୍ମଘୋଷିତ ବାବା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ଏହି ଘଟଣାକୁ ରଫାଦଫା କରିବା ପାଇଁ ଗାଁରେ ଏକ ବୈଠକ ହୋଇଥିଲା । ବୈଠକରେ ୯୦ ହଜାର ଟଙ୍କା ଜରିମାନା ଆତ୍ମଘୋଷିତ ବାବା ଜଣଙ୍କ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ବାବା ଜଣଙ୍କ ୫ ହଜାର ଟଙ୍କା ଦେଇ ଖସି ଯାଇଥିଲେ । ଏନେଇ ଖବର ପାଇବା ପରେ ବାରିପଦା ଟାଉନ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ନାବାଳିକା ଦୁଷ୍କର୍ମ ଘଟଣାରେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ବାବାଙ୍କ କାରନାମା ନେଇ ତୀବ୍ର ପ୍ରତିକ୍ରିୟା ପରେ ପୋଲିସ ଗିରଫ କରିଛି । ଏନେଇ ନେଇ ଏସପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking