28.1 C
Bhubaneswar
Saturday, April 27, 2024
Homeଓଡିଶାମାଷ୍ଟ୍ରେ ନେଉଥିଲେ ଅନ୍ ଲାଇନ୍ କ୍ଳାସ, ତା’ପରେ କ’ଣ ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମାଷ୍ଟ୍ରେ ନେଉଥିଲେ ଅନ୍ ଲାଇନ୍ କ୍ଳାସ, ତା’ପରେ କ’ଣ ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କଟକ : କରୋନା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ । ସ୍କୁଲ କଲେଜ ଛୁଟି । ତେଣୁ ପିଲାଙ୍କ ପାଠପଢ଼ା ଯେପରି ବ୍ୟାଘାତ ନହେବ ସେଥିପାଇଁ କିଛି ଶିକ୍ଷାନୁଷ୍ଠାନ ଆରମ୍ଭ କରିଛନ୍ତି ଅନ ଲାଇନ କ୍ଳାସ । କଟକ ଚାଉଳିଅଗଂଜର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନର ଦ୍ୱାଦଶ ଶ୍ରେଣୀର ଅନ ଲାଇନ କ୍ଳାସ ଚାଲୁଥାଏ । ସାର ନିର୍ଦ୍ଧାରିତ ସମୟରେ କ୍ଳାସ ନେଉଥାନ୍ତି ପିଲାଏ ବି ମନ ଧ୍ୟାନ ଦେଇ ନିଜ କମ୍ପ୍ୟୁଟର,ଲପଟପ ଓ ମୋବାଇଲରେ ୟୁଜର ଆଇଡି ,ପାଶୱାର୍ଡ ଦେଇ କ୍ଳାସ ଦେଖୁଥାନ୍ତି । ହଠାତ ସାରଙ୍କ ସ୍ୱର କମିଗଲା ଆରମ୍ଭ ହୋଇଗଲା ଅଶ୍ଳୀଳ ଭିଡିଓ ସାର କି ପିଲା କିଛି ବୁଝିବା ପୂର୍ବରୁ ଦୁଇ ଚାରିଟା ସିନ ଚାଲିଗଲା । ହଠାତ ଉପାୟ ନପାଇ ସାର ନିଜ କମ୍ପ୍ୟୁଟର ସଟ୍ ଡଉନ କରିଦେଲେ। ବୁଝୁ ବୁଝୁ ଜଣାପଡିଲା କେହି ଜଣେ ହ୍ୟାକର ସାଇଟ୍ ହ୍ୟାକ କରି ଅଶ୍ଳୀଳ ଭିଡିଓ ଛାଡିଛି । ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ଏହାର ଚର୍ଚ୍ଚା ଜୋର ଧରିଲା । ଆଉ ଅନ ଲାଇନ କ୍ଳାସ ନହେଉ ବୋଲି ଏବେ ଉଭୟ ଦାବି କଲେଣି । ଅନ୍ୟ ପଟେ ସ୍କୁଲ କର୍ତ୍ତୁପକ୍ଷ ଏନେଇ ଚାଉଳିଆଗଂଜ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଆଇଟି ଆକ୍ଟରେ ମାମଲା ରୁଜ୍ଜୁ କରିଛି । ଅନୁସନ୍ଧାନରେ ସହଯୋଗ ପାଇଁ କ୍ରାଇମବ୍ରାଂଚର ସାହାଯ୍ୟ ଲୋଡାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking