27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଗଲୱାନ୍ ସଂଘର୍ଷକୁ ଏକ ବର୍ଷ : ଚୀନର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ

ଗଲୱାନ୍ ସଂଘର୍ଷକୁ ଏକ ବର୍ଷ : ଚୀନର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷକୁ ଏକ ବର୍ଷ ପୂରିଲା। ଏବେ ବି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ୧୧ଟି ପର୍ଯ୍ୟାୟରେ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହୋଇସାରିଛି, ତଥାପି କୌଣସି ନିଷ୍କର୍ଶ ବାହାରି ପାରିନାହିଁ । ମାର ଉଭୟ ପାର୍ଶ୍ୱରେ ସାମରିକ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ଚୀନ୍ ପୂର୍ବ ଲଦାଖରେ କ୍ରମାଗତ ଭାବେ କ୍ଷମତା ବୃଦ୍ଧି କରୁଛି ।

ତେବେ ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ଅଛି । ସେପଟେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଛନ୍ତି ଭାରତ ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ । ପଡୋଶୀ ଦେଶର ସେନାକୁ ମୁକାବିଲା କରିବା ପାଇଁ ଭିତ୍ତିଭୂମିକୁ ମଜଭୁତ କରିବା ଅତିରିକ୍ତ ସେନା ନିୟୋଜିତ କରାଯାଇଛି । ସମଗ୍ର ଏଲଏସି ସମେତ ଲଦାଖରେ ଚୀନର ମୁକାବିଲା କରିବା ପାଇଁ ଅତିରିକ୍ତ ଷ୍ଟ୍ରାଇକ୍ କର୍ପସ ନିୟୋଜିତ କରାଯାଇଛି । ସେହିପରି ‘ମଥୁରାର ୱନ୍ ଷ୍ଟ୍ରାଇକ୍ କର୍ପସକୁ ଲଦାଖର ଉତ୍ତର ସୀମାକୁ ପଠାଯାଇଛି।

ଅନ୍ୟପଟେ ୧୭ ମାଉଣ୍ଟେନ୍ ଷ୍ଟ୍ରାଇକ୍ କର୍ପସକୁ ଅତିରିକ୍ତ ୧୦,୦୦୦ କର୍ମଚାରୀ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କୁ ସମଗ୍ର ଉତ୍ତର ପୂର୍ବାଞ୍ଚଳର ଦାୟିତ୍ୱ ଦିଆଯାଇଛି । ଭାରତୀୟ ବାୟୁସେନା ମଧ୍ୟ ନିଜ ସ୍ତରରେ ପ୍ରସ୍ତୁତି ଜାରି ରଖିଛି । ରାଫେଲ ସହିତ, ମିଗ୍ -୨୯ ଏବଂ ସୁ -୩୦ ଜାହାଜର ଏକ କଣ୍ଟିଜେଣ୍ଟ୍ ଉତ୍ତର ସୀମା ଅଞ୍ଚଳରେ ସକ୍ରିୟ ରଖିଛି । ସୂଚନାଯୋଗ୍ୟ ଗତ ବର୍ଷ ଜୁନ୍ ୧୫ ତାରିଖ ରାତିରେ ଚୀନ୍ ସେନାବାହିନୀ ଓ ଭାରତୀୟ ସେନା ଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ସେହିପରି ଏହି ସଂଘର୍ଷରେ ଭାରତ ତୁଳନାରେ ଚୀନର ସୈନିକ ଅଧିକ ପ୍ରାଣ ହରାଇଥିଲେ । କିନ୍ତୁ ଚୀନ ଏହା ସ୍ୱୀକାର କରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking