29.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗହରିୟାଣାରେ କରୋନାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ !

ହରିୟାଣାରେ କରୋନାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ !

ଭୁବନେଶ୍ୱର : କରୋନା ସଂକ୍ରମଣରେ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି । କରୋନାରେ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କଲେ ପରିବାର ଲୋକେ । ମୃତ ଯୁବକ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଂଚଳର ବୋଲି ସୂଚନାମିଳିଛି । ହରିୟାଣାରୁ ଫେରିଥିଲେ ଯୁବକଙ୍କର ବିବାହ ହୋଇଥାଆନ୍ତା । ହେଲେ ହରିୟାଣାରୁ ମୃତ୍ୟୁ ଖବର ଆସିବା ପରେ ବାହାଘର ବନ୍ଦ ହୋଇଛି ।
ସୂଚନା ଅନୁଯାୟୀ, ଉଦଳା ବ୍ଲକ୍ ଅଂଚଳର ଯୁବକ ରୋଜଗାର ପାଇଁ ଗତ ମାର୍ଚ୍ଚ ମାସରେ ହରିୟାଣା ଯାଇଥିଲା । ଫେରିଥିଲେ ବାହାଘର ହୋଇଥାଆନ୍ତା । ଏଥିପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା । ହେଲେ ପୁଅ ଆଉ ଫେରିଲାନି । କାମ ଧନ୍ଦା ବନ୍ଦ ହୋଇଯାଇଥିଲା । ଲକ୍‌ଡାଉନ୍ ପାଇଁ ଗାଡ଼ି ଚଳା ଚଳ ହେଉ ନଥିବାରୁ ଘରକୁ ମଧ୍ୟ ଆସିପାରି ନଥିଲା । ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ପୁଅ । ମୃତ୍ୟୁପରେ ସ୍ୱାବ୍ ପରୀକ୍ଷାରୁ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ଫଳରେ ପୁଅର ମୃତଦେହ ମଧ୍ୟ ଘରକୁ ଆସିପାରିଲାନି । ଏପରିକି ପୁଅକୁ ମଧ୍ୟ ଶେଷଥର ପାଇଁ ଦେଖିପାରିଲାନି ପରିବାର ଲୋକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking