33.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱର ରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ

ଭୁବନେଶ୍ୱର ରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ

ଭୁବନେଶ୍ୱର : ଗତକାଲି ରାଜ୍ୟରେ ୪ କରୋନା ପଜେଟିଭ୍ ମଧ୍ୟରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ୨ଜଣ ହୋଇଥିବା ବେଳେ ତୃତୀୟ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଚଂଳର ବୋଲି ଜଣାପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଜଣଙ୍କ ବାହାର ରାଜ୍ୟରୁ ଆସିଥିବା ସୂଚନା ମିଳିଛି । ସେ କ୍ୱାରେଣ୍ଟାଇନରେ ଥିଲେ । ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି । ଦୁଇଟି ଗାଁ’କୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଛି । ସମସ୍ତଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ସୂଚନା ମିଳିଛି । ଏହାକୁ ମିଶାଇ କେନ୍ଦ୍ରାପଡ଼ାରେ କରୋନା ପଜେଟିଭ୍ ସଂଖ୍ୟା ୨ରେ ପହଂଚିଲା । ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ସୂଚନା ମିଳିଛି ।  ଏହାକୁ ବାଦ ଦେଲେ ଶେଷ କରୋନା ଜଣଙ୍କ ଭୁବନେଶ୍ୱର ର ବୋଲି ଆଜି ରାଜୁଆ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ହେଲେ ଗତକାଲି ୪ଜଣଙ୍କ ମଧ୍ୟରୁ ଏବେ ସମସ୍ତଙ୍କ ସୂଚନା ମିଳିସାରିଛି । ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪, ସେଥି ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଆସିଛନ୍ତି । ଜଣେ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ୪୧ ଜଣ  ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking