38.1 C
Bhubaneswar
Friday, April 26, 2024
Homeଓଡିଶାଏନଆଇଟି ତରଫରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡର ସାନିଟାଇଜର ପ୍ରସ୍ତୁତ

ଏନଆଇଟି ତରଫରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡର ସାନିଟାଇଜର ପ୍ରସ୍ତୁତ

ରାଉରକେଲା: ଏନଆଇଟି କେମେଷ୍ଟ୍ରି ବିଭାଗ ତରଫରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡର ସାନିଟାଇଜର ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ରାଉରକେଲା ଏନଆଇଟି କେମେଷ୍ଟ୍ରି ବିଭାଗ ତରଫରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡର ସାନିଟାଇଜର ପ୍ରସ୍ତୁତ କରାଯାଇ ହାଇଟେକ ମକ୍ଟଙ୍ଖସୟ-୧୯ ହସ୍ପିଟାଲ, ରୋଟାରୀ କ୍ଲବ ଷ୍ଟିଲ ସିଟି ସହିତ ବିଭିନ୍ନ ସଂସ୍ଥାନ ମଧ୍ୟରେ ଏହା ବିତରଣ କରଯାଇଛି। କୋରୋନା ମୁକାବିଲା କରିବାରେ ଏହା ସହାୟକ ହେବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡରେ ଏହା ତିଆରୀ କରାଯାଇଛି । ଯାହା ସବୁଠାରୁ ସୁରକ୍ଷିତ ଅଟେ । ବଜାରରେ ଭଲ ସାନିଟାଇଜରର ଆଭାଵ ଥିବାବେଳେ ଏନଆଇଟିର ଏହି ସାନିଟାଇଜର କୋରୋନା ପାଇଁ ସଂଘର୍ଷ କରୁଥିବା ସମସ୍ତଙ୍କ ପାଇଁ ସହାୟକ ହେବ। ହାଇଟେକ କଲେଜ ତରଫରୁ ସଲିଲ ପଟ୍ଟନାୟକ, ରୋଟାରୀ କ୍ଲବ ଷ୍ଟିଲ ତରଫରୁ ଅଞ୍ଜନା ମୈତ୍ର ସିଂହା ଏବଂ ଅନ୍ୟମାନେ ଉପସ୍ଥିତ ରହି ଏହାକୁ ଏନଆଇଟି ନିର୍ଦ୍ଦେଶକଙ୍କ ନିକଟରୁ ଗ୍ରହଣ କରିଥିଲେ।

ରାଉରକେଲାରେ ବ୍ୟାପକ କଳାବଜାରୀ


ରାଉରକେଲା: ଲକଡାଉନରେ ଚାଲିଛି କଳାବଜାରୀ । ତମ୍ବାଖୁ ଜାତୀୟ ଦ୍ରବ୍ୟ ଖୁଲମଖୁଲା ବଜାରରେ ବିକ୍ରି ଚାଲିଛି । ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ପାଇଁ ଅନୁମତି ରହିଛି କିନ୍ତୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଆଳରେ ବ୍ୟାପକ କଳାବଜାରୀ ଚାଲିଛି । ରାଉରେକେଲ ଆରଏମସିର ଏକ ଟିମ ପୋଲିସ ସହିତ ବିଶ୍ରା ଡାହାର ରୋଡ଼ ତଥା କଚେହରି ରୋଡ଼ର ଦୁଇଟି ଦୋକାନରେ ଅଚାନକ ଚଢାଉ କରିଥିଲା । ସେଠାରୁ ବହୁତ ମାତ୍ରାରେ ଗୁଟଖା,ଖଇନି, ସିଗାରେଟ,କୋଲଡ଼ ଡ୍ରିଙ୍କସ ଭଳି ସମଗ୍ରୀ ଜବତ କରି ନିଆଁ ଲଗାଇ ପୋଡି ଦେଇଥିଲେ । ସେମାନଙ୍କ ଠାରୁ ଜୋରିମାନା ମଧ୍ୟ ଅସୁଲ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking