38.1 C
Bhubaneswar
Tuesday, April 23, 2024
Homeଓଡିଶାରାଜନଗରରେ ଦୁଇଟି ଗାଁ ସିଲ୍

ରାଜନଗରରେ ଦୁଇଟି ଗାଁ ସିଲ୍

କେନ୍ଦ୍ରାପଡା: ଗତକାଲି ରାଜ୍ୟରେ ୪ କୋରନା ପଜେଟିଭ ଚିହ୍ନଟ ହେବା ପରେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ ମଧ୍ୟ ସୂଚନା ମିଳିଛି । ତେବେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଂଚଳରେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ ହେବା ପରେ ବର୍ତମାନ ରାଜନଗରରେ ୨ଟି ଗାଁକୁ ସିଲ୍ କରାଯାଇଛି । ସୂଚନାଯୋଗ୍ୟ ଯେ, କାଲି ଚିହ୍ନଟ ୪ କରୋନା ପଜିଟିଭ ମଧ୍ୟରୁ ଜଣେ କେନ୍ଦ୍ରପଡାର ରହିଥିବା ସୂଚନା ମିଳିଛି । ବର୍ତମାନ କେନ୍ଦ୍ରାପଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା କରୋନା ପଜେଟିଭ ରାଜନଗର ଅଂଚଳର ଜଣେ ମହିଳା । ମହିଳା ଜଣଙ୍କ ବାହାର ରାଜ୍ୟରୁ ଆସିଥିବା ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡିଛି । ସୂଚନା ଅନୁସାରେ, ଉକ୍ତ ମହିଳାଜଣକ ଭଲ ଭାବରେ କ୍ୱାରେଂଟିନ ମାନି ଘରେ ରହୁଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ସମସ୍ତଙ୍କର ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସଂପୃକ୍ତ ଅଂଚଳର ୨ଟି ଗାଁକୁ ସିଲ୍ କରାଯାଇ ସାନିଟାଇଜ କରାଯାଇଥିବା ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking