28.1 C
Bhubaneswar
Saturday, April 27, 2024
Homeଓଡିଶାରଥଯାତ୍ରାରେ ବଣ୍ଟାଯିବ ୧୦ଲକ୍ଷ ମାସ୍କ: ସ୍ୱାସ୍ଥ୍ୟ ମନ୍ତ୍ରୀ

ରଥଯାତ୍ରାରେ ବଣ୍ଟାଯିବ ୧୦ଲକ୍ଷ ମାସ୍କ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କରୋନା କଟକଣା କୋହଳ ଯୋଗୁଁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେବାକୁ ଯାଉଛି । ତେବେ କରୋନା ସମ୍ପୂର୍ଣ୍ଣ ରୂପେ ନାଶ ହୋଇନାହିଁ । ତେଣୁ ସରକାର ପୁରୀକୁ ଆସୁଥିବା ଯାତ୍ରୀଙ୍କ ଲାଗି ୧୦ଲକ୍ଷ ମାସ୍କ ବଣ୍ଟନର ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡ ଓ ସହରର ବିଭିନ୍ନ ସ୍ଥାନରେ ଅତିରିକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଯିବ । ରକ୍ତଭଣ୍ଡାରରେ ରକ୍ତ ମହୁଜୁଦ ରହିଛି ।

ଜରୁରୀକାଳୀନ ସ୍ଥିତିରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସହଯୋଗ ନିଆଯିବ । ଖାଦ୍ୟର ମାନ ଯାଞ୍ଚ ଲାଗି ଫୁଡ ଇନ୍ସିପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯେଉଁମାନଙ୍କର ଥଣ୍ଡା, ଜ୍ୱର କିମ୍ବା କିଛି ଲକ୍ଷଣ ଦେଖାଯାଉଛି ସେମାନ ପୁରୀ ନଆସିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୨୦ଟି ଆଇସିୟୁ ସକ୍ରିୟ ହେବ । ସେଠାରେ ଅକ୍ସିଜେନ ସୁବିଧା ରହିବ । ସେବାୟତମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି । ରଥଯାତ୍ରା ସମୟରେ ଆଣ୍ଟିଜେନ୍ ଟେଷ୍ଟ ଜାରି ରହିବ । ତେବେ ସମସ୍ତ ସାଧାରଣ ଲୋକ କୋଭିଡ ଗାଇଡ ଲାଇନ୍ ପାଳନ କଲେ କୌଣସି ସମସ୍ୟା ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ସେହିପରି ରଥଯାତ୍ରା ସମୟରେ ପୁରୀରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବେଶ୍ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ରଥ ଯାତ୍ରା ସମୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହୁଛି ରଥ ଯାତ୍ରା ବେଳେ ଭିଡ଼କୁ ଯାଆନ୍ତୁ ନାହିଁ ।

ଘରେ ବସି ଟିଭି ଦେଖନ୍ତୁ । ରଥ ଯାତ୍ରା ଗହଳିକୁ ଯିବା ସମୟରେ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ରଥ ଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି ପୁରୀ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ବଡ଼ଦାଣ୍ଡରେ ହେଲଥ୍ କ୍ୟାମ୍ପ ଖୋଲାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରନ୍ତୁ । ଶ୍ରଦ୍ଧାଳୁଙ୍କ ଲାଗି ସ୍ୱଚ୍ଛ ପାଣି ସହ ଭଲ ଖାଦ୍ୟ ଯେପରି ମିଳିବ ସେଥିଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ କରାଯିବ । ରଥଯାତ୍ରା ସମୟରେ କୋଭିଡ ପଜିଟିଭ୍ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ନମୁନା ସଂଗ୍ରହ ଓ ପରୀକ୍ଷାକୁ ଗୁରୁତ୍ୱ ଦିଆଯିବା ପାଇଁ ବିଭାଗ ପକ୍ଷରୁ ପୁରୀ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking