32.1 C
Bhubaneswar
Friday, April 26, 2024
Homeଅପରାଧଦୁର୍ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୃତ

ଦୁର୍ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଡ୍ରାଇଭରଗୁଡ଼ା ଗ୍ରାମ ନିକଟରେ ଗୁରୁବାର ରାତ୍ରିରେ ବାଇକ ଦୁର୍ଘଟଣାରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି କୋରୁକୋଣ୍ଡା ବ୍ଲକର ନୀଳାକାମ୍ବେରୁ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଦର୍ଶନ ଘରାମୀ ଓ ଗୁରୁତର ଜଣକ ଡୁଡାମେଟା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାସ୍କର ଖରା । ଉଭୟେ ବ୍ଲକ୍ ପକ୍ଷରୁ ଆୟୋଜିତ ଏକ ନୂତନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଓ ୱାର୍ଡ କମିଟି ଗଠନ ସମ୍ପର୍କିତ ବୈଠକରେ ଯୋଗ ଦେଇଥିଲେ । ବୈଠକ ପରେ ରାତ୍ରିରେ ଗୋଟିଏ ମୋଟର ସାଇକେଲରେ କୁଡୁମୁଲୁ ଗୁମ୍ମା ଓ ଖଇରପୁଟ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମୋଟର ସାଇକେଲରୁ ପଡ଼ି ଯାଇଥିଲେ । ଫଳରେ ଉଭୟଙ୍କୁ କୁଡୁମୁଲୁ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶ୍ରୀ ଘରାମୀଙ୍କୁ ମୃତ ଘୋଷଣା କରିଥିଲେ ଓ ପ୍ରାଥମିକ ଚିକିତ୍ସା ପରେ ଡୁଡାମେଟା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଖରାଙ୍କୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘରାମୀଙ୍କ ଶବ ବ୍ୟବଚ୍ଛେଦ ପରେ ଆଜି ତାଙ୍କ ଗ୍ରାମରେ ଅନ୍ତ୍ୟଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । କୋରୁକୋଣ୍ଡା ଓ ଖଇରପୁଟ ବ୍ଲକର ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking