OnaKhabar

ଅନୁଗୁଳରେ ଶନି, ରବି ସଟ ଡାଉନ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ମହାମାରୀ ଚିନ୍ତା ବଢାଉଥିବା ବେଳେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଅନେକ ଜିଲ୍ଲାରେ ଏବେ ଶନି ଓ ରବିବାର ସଟ ଡାଉନ ଘୋଷଣା କରିବାକୁ ଘୋଷଣା କରାଯାଇଛି । ପୂର୍ବରୁ କେନ୍ଦୁଝର, ବଲାଙ୍ଗୀର, ରାୟଗଡା, ଜଗତସିଂହପୁର, କୋରାପୁଟ ପ୍ରଭୃତି ଜିଲ୍ଲା ଶନି ଓ ରବିବାର ସଟ ଡାଉନ ଘୋଷଣା ହୋଇଥିବା ବେଳେ ଏବେ ଏହି ଜିଲ୍ଲା ସହିତ ଅନୁଗୁଳ ସାମିଲ ହୋଇଛି । ଅନୁଗୁଳରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି । ସପ୍ତାହର ପ୍ରତି ଶନିବାର ଓ ରବିବାର ସଂପୂର୍ଣ୍ଣ ସଟ ଡାଉନ ରହିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଗୋଟିଏ ଦିନରେ ଜିଲ୍ଲାରେ ସର୍ବାଧିକ ୨୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟଦିନରେ ସକାଳ ୭ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ, ନିଟ୍‌


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111