24.1 C
Bhubaneswar
Thursday, May 9, 2024
Homeକ୍ରିକେଟ୍ ବିଶ୍ୱକପ୍‌-୨୦୨୩ଦିନିିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩; ଉଦ୍‌ଘାଟନୀ ମ୍ୟାଚ୍‌ରେ ନିତିନ୍ ଅମ୍ପାୟାର, ଶ୍ରୀନାଥ ରେଫରୀ

ଦିନିିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩; ଉଦ୍‌ଘାଟନୀ ମ୍ୟାଚ୍‌ରେ ନିତିନ୍ ଅମ୍ପାୟାର, ଶ୍ରୀନାଥ ରେଫରୀ

ନୂଆଦିଲ୍ଲୀ: ଦିନିିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଭାରତରେ ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଅକ୍ଟୋବର ୫ ତାରିଖରେୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯିବ । ଏହି ମ୍ୟାଚ୍ ନେଇ ଶୁକ୍ରବାର ଆଇସିସି ପକ୍ଷରୁ ମ୍ୟାଚ୍ ଅଫିସିଆଲଙ୍କ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ମ୍ୟାଚ୍ ପାଇଁ ଭାରତର ନିତିନ୍ ମେନନ୍ ଓ ଶ୍ରୀଲଙ୍କାର କୁମାର ଧର୍ମସେନାଙ୍କୁ ଫିଲ୍ଡ ଅମ୍ପାୟାର ଘୋଷଣଶ କରାଯାଇଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଜାଭାଗଲ ଶ୍ରୀନାଥଙ୍କୁ ମ୍ୟାଚ୍ ରେଫରୀ ନିଯୁକ୍ତ କରାଯାଇଛି ।

ଲ ୱିଲସନ୍‌ଙ୍କୁ ଟିଭି ଅମ୍ପାୟାର ଓ ସାଇକତଙ୍କୁ ଚତୁଥ ଅମ୍ପାୟାର ଘୋଷଣା କରାଯାଇଛି । ବିଶ୍ୱକପ୍‌ର ଏହା ୧୩ତମ ସଂସ୍କରଣ । ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ପରିଚାଳନ ପାଇଁ ମୋଟ ୧୬ଜଣ ଅମ୍ପାୟାରଙ୍କ ନାମ ଘୋଷଣା କରାଯାଇଛି । ଏମାନଙ୍କ ମଧ୍ୟରେ ୧୨ଜଣ ଆଇସିସିର ଏିମରେଟସ୍ ଏଲିଟ୍ ପ୍ୟାନେଲ ଅମ୍ପାୟାର ଓ ଆଇସିସିର ଏମର୍ଜିଂ ଅମ୍ପାୟାର ପ୍ୟାନେଲରୁ ୪ ଜଣ ରହିଛନ୍ତି । ୨୦୧୯ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିବା ୪ ଅମ୍ପାୟାରଙ୍କ ମଧ୍ୟରୁ ଅଲିମ ଦରଙ୍କୁ ସାମିଲ କରାଯାଇନାହିଁ । ତାଙ୍କ ବ୍ୟତୀତ ଅନ୍ୟ ତିନିଜଣ ଧର୍ମସେନା, ମାରାଇସ୍ ଏରାସମସ୍ ଓ ରଡ ଟୁକରଙ୍କୁ ରଖାଯାଇଛି । ମ୍ୟାଚ୍ ରେଫରୀ ଭାବେ ଆଇସିସି ଏଲିଟ୍ ପ୍ୟାନେଲରୁ ଜେଫ୍ କ୍ରୋଏ, ଆଣ୍ଡି ପାଏକ୍ରଫ୍ଟ, ରିଚି ରିଚାର୍ଡସନ୍ ଓ ଜାଭାଗଲ ଶ୍ରୀନାଥ ରହିଛନ୍ତି ।

ଅମ୍ପାୟାର: ନିତିନ୍ ମେନନ୍‌, କୁମାର ଧର୍ମସେନା, ଧର୍ମସେନା, ମାରାଇସ୍ ଏରାସମସ୍‌, ରଡ ଟୁକର, କ୍ରିସ୍ ଗାଫାନୀ, ମାଇକେଲ ଗଫ୍‌, ଆଡ୍ରିଆନ୍ ହୋଲ୍ଡଷ୍ଟକ, ରିଚାର୍ଡ ଇଲିଂୱର୍ଥ, ରିଚାର୍ଡ କେଟଲବର୍ଗ, ଏହସାନ୍ ରାଜା, ପଲ୍ ରେଫଲ୍‌, ଶର୍ଫୁଦ୍ଦୁଲ୍ଲା ସାହିଦ, ଆଲେକ୍ସ ରାଫ୍‌, ଜୋଏଲ ୱିଲସନ୍‌, ପଲ୍ ୱିଲସନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking