30.1 C
Bhubaneswar
Monday, May 20, 2024
Homeଖେଳଅବସରରୁ ପ୍ରତ୍ୟାବର୍ତ୍ତନରେ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ

ଅବସରରୁ ପ୍ରତ୍ୟାବର୍ତ୍ତନରେ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ

ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ଅଧିନାୟକ ଅଲ୍‌ରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟ୍‌ରୁ ପୂର୍ବରୁ ଅବସର ଘୋଷଣା କରିଥିଲେ । କିନ୍ତୁ ବିଶ୍ୱକପ୍ ପାଖେଇ ଆସିବାରୁ ସେ ପୁନର୍ବାର ଜାତୀୟ ଦଳ ପକ୍ଷରୁ ଏହି ଫର୍ମାଟରେ ଖେଳିବେ ବୋଲି ପ୍ରକାଶ କରି ଦଳକୁ ଫେରିଛନ୍ତି । ତେବେ ଅବସରରୁ ପ୍ରତ୍ୟାବର୍ତ୍ତନ କରି ସେ ନିଜର ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । କାର୍ଡିଫ୍‌ଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଷ୍ଟୋକ୍ସ ଏହି ସଫଳତା ପାଇ ଫର୍ମରେ ରହିଥିବା ପ୍ରମାଣିତ କରିଛନ୍ତି । ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୬୮ ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୨ ରନ୍ ସଂଗ୍ରହ କରିଥ୍‌ôଲେ ।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୯୧ ରନ୍ କରିଥିଲା । ଘରୋଇ ଇଂଲଣ୍ଡ ଓପନିଂରେ ୮୦ ରନ୍ କରିଥିଲା । ଏହିଠାରେ ଦୁଇଓପନର ଡେଭିନ୍ ମଲନ୍ ଅର୍ଦ୍ଧଶତକ (୫୪) ଓ ହ୍ୟାରୀ ବ୍ରୁକ ୨୫ ରନ୍ କରି ଆଉଟ ହୋଇଥିଲେ । ପରେ ଜୋ ରୁଟ୍ (୬) ନିରାଶ କରିଥିଲେ । ତିନି ୱିକେଟ୍ ପତନ ପରେ ଷ୍ଟୋକ୍ସ ଓ ଅଧିନାୟକ ଜୋଶ ବଟ୍ଟଲର ୮୮ ରନ୍ ଭାଗିଦାରୀ କରିଥିଲେ । ଷ୍ଟୋକ୍ସ ଆଉଟ୍ ହେବା ପରେ ବଟ୍ଟଲର ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ସେ ସର୍ବାଧିକ ୭୨ ରନ୍ କରିଥିବା ବେଳେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୪୦ ବଲରୁ ୫୨ ଓ ଡେଭିଡ୍ ୱିଲି ୧୧ ବଲରୁ ୨୧³ ରନ୍ କରିଥିଲେ । ନ୍ୟୁଜିଲାଣ୍ଡଜ ପକ୍ଷରୁ ରାଚିନ୍ ରବୀନ୍ଦ୍ର ୩ଟି ଓ ଟିମ୍ ସାଉଦି ୨ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking