30.1 C
Bhubaneswar
Monday, May 20, 2024
Homeଖେଳଏସିଆ କପ୍‌: ଆଜି ଶ୍ରୀଲଙ୍କା-ବାଂଲା ମୁକାବିଲା

ଏସିଆ କପ୍‌: ଆଜି ଶ୍ରୀଲଙ୍କା-ବାଂଲା ମୁକାବିଲା

କଲମ୍ବୋ: ଏସିଆ କପ୍‌ର ସୁପର୍ ଫୋରର ଦ୍ୱିତୀୟ ମ୍ୟାଚ୍ କଲମ୍ବୋରେ ଆର୍‌ପିଏସ୍ ଷ୍ଟାଡ଼ିୟମରେ ଘରୋଇ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବ । ଗ୍ରୁପ୍ ପର୍ଯ୍ୟାୟରେ ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଥିବା ବେଳେପୂର୍ବରୁ ବାଂଲାଦେଶକୁ ସହଜରେ ପରାସ୍ତ କରିଥିଲା । ଏବେ ସୁପର ଫୋର୍‌ରେ ଦଳ ବିଜୟ ଧାରା ବଜାୟ ରଖିବା ସହ ରେକର୍ଡ ସ୍ଥାପନ କରିବା ଲକ୍ଷ୍ୟରେ ଖେଳିବ । ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ଦିନିକିଆ କ୍ରିକେଟ୍‌ରେ ଲଗାତାର ଭାବେ ୧୨ଟି ମ୍ୟାଚ୍ ଜିତି ମିଳିତ ଭାବେ ପାକିସ୍ତାନ ଓ ସାଉଥ୍ ଆଫ୍ରିକା ସହ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ୨୦୦୩ ମସିହାରେ ଲଗାତାର ୨୧ଟି ଦିନିକିଆ ମ୍ୟାଚ୍ ଜିତିବାର ରେକର୍ଡ ନିଜ ନାମରେ କରିଛି । ଶ୍ରୀଲଙ୍କା କାଲି ବାଂଲାଦେଶକୁ ପରାସ୍ତ କଲେ ଲଗାତାର ୧୩ଟି ମ୍ୟାଚ୍ ଜିତି ଏକାକି ଦ୍ୱିତୀୟ ସ୍ଥାନରେ ରହିବ ।

ଚଳିତ ସିଜନରେ ଶ୍ରୀଲଙ୍କା ଦଳରେ ବହୁ ଆହତ ସମସ୍ୟା ଦେଖାଦେଇଥିବା ବେଳେ ଦଳର ଷ୍ଟାର ବୋଲର ଓ ଅଲ୍‌ରାଉଣ୍ଡର ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି । ଏହାସତ୍ୱେ ଦଳ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍ ଜିତିଛି । ବାଂଲାଦେଶକୁ ପ୍ରଥମ ମ୍ୟାଚ୍‌ରେ ହରାଇଛି । ଏବେ ଦ୍ୱିତୀୟ ଥର ସାମ୍ନାସାମ୍ନି ହେବେ । ଆଫଗାନିସ୍ତାନ ବିପକ୍ଷ ଟିମ୍‌କୁି ଅପରିବର୍ତ୍ତିତ ରଖି ଶ୍ରୀଲଙ୍କା ପଡିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ବାଂଲାଦେଶ ଦଳକୁ ଓପନ୍‌ର ଲିଟନ୍ ଦାସ ଫେରିଛନ୍ତି । ତାଙ୍କ ସ୍ଥାନରେ ଓପନିଂ କରୁଥିବା ମେହଦୀ ହସନ୍ ମିରାଜ ୮ନମ୍ବରରେ ଖେଳିବାର ସମ୍ଭାବନା ରହିଛି । ସେ ଓପନିଂ କରି ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟବ୍ୟାଟ୍ସମ୍ୟାନ୍‌ଙ୍କ୍‌ୁ ସହଯୋଗ କରିବା ପାଇଁ ୮ ନମ୍ବରରେ ଖେଳିବେେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking