28.1 C
Bhubaneswar
Saturday, April 27, 2024
Homeଓଡିଶାବିଧାୟକ ସୁଧାଂଶୁ ଶେଖର ପରିଡା କରୋନାରେ ଆକ୍ରାନ୍ତ

ବିଧାୟକ ସୁଧାଂଶୁ ଶେଖର ପରିଡା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ର ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିଜେଡିର  ବିଧାୟକ ସୁଧାଂଶୁ ଶେଖର ପରିଡା କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଛି । କରୋନା ସଂକ୍ରିମତ ହୋଇଥିବା ନେଇ  ବିଧାୟକ  ସୁଧାଂଶୁ ଶେଖର ପରିଡା ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ସ୍ୱାବ ଟେଷ୍ଟ ପାଇଁ ପଠା ଯାଇଥିଲା । ଆଉ ଏବେ ସେ କରୋନା ପଜେଟିଭ ହେବା ପରେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଯୋଗ୍ୟ ଯେ , ପୂର୍ବରୁ ସାଲେପୁର ର  ବିଜେଡି ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ସଂକ୍ରମିତ ହୋଇଥିଲେ । ସେହିପରି ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ ମଧ୍ୟ ପୂର୍ବରୁ କରୋନା ରେ ଆକ୍ରାନ୍ତ ହୋଇସାରିଛନ୍ତି । ତେବେ ଆଜକୁ ମିଶାଇ ମୋଟ ୩ ବିଧାୟକ କରୋନା ରେ ସଂକ୍ରମିତ ହେଲେଣି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking