39.1 C
Bhubaneswar
Friday, April 26, 2024
Homeଓଡିଶାମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା

ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ୨୦୨୦-୨୧ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆସନ୍ତା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଚଳିତବର୍ଷ ଓଜେଇଇର ସମସ୍ତ ପରୀକ୍ଷା ସିବିଟି(କମ୍ପ୍ୟୁଟର ବେସଡ୍ ଟେଷ୍ଟ) ପଦ୍ଧତିରେ କରାଯିବ। ଉଭୟ ୟୁଜି ଏବଂ ପିଜି ପ୍ରବେଶିକା ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।
ଶ୍ରୀ ଚାନ୍ଦ କହିଛନ୍ତି ଯେ, ଗତବର୍ଷ ପିଜି କୋର୍ସ ଲାଗି ପ୍ରବେଶିକା ପରୀକ୍ଷାଗୁଡ଼ିକ ଅନଲାଇନ ମାଧ୍ୟମରେ କରାଯାଇଥିଲା। ପିଜି କୋର୍ସରେ ଏମସିଏ, ଏମବିଏ ଲାଟେରାଲ ଏମସିଏ, ଏମଟେକ୍, ଏମ୍. ଆରର୍କିଟେକ, ଏମ୍ ଫାର୍ମ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଓଜେଇଇ ମାଧ୍ୟମରେ କରାଯାଇଥିବା ବେଳେ ଅଫଲାଇନ୍ ପଦ୍ଧତିରେ ପରୀକ୍ଷା କରାଯାଇନଥିଲା। ତେବେ ଚଳିତବର୍ଷ ଉଭୟ ୟୁଜି ଏବଂ ପିଜି ପାଠ୍ୟକ୍ରମ ଲାଗି ସମସ୍ତ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରାଯିବ। ଅପରପକ୍ଷେ ଗତବର୍ଷ ୮ଟି ସହରରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତବର୍ଷ ୧୦ଟି ସହରରେ ପରୀକ୍ଷାକେନ୍ଦ୍ର ସୁବିଧା କରିବାକୁ ଯୋଜନା ଥିବା ବେଳେ ରାଜ୍ୟ ବାହାରେ ମଧ ପରୀକ୍ଷାକେନ୍ଦ୍ର କରିବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି।
ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ୯୦ଟି ବୈଷୟିକ କଲେଜ ରହିଥିବା ବେଳେ ୪୭ହଜାର ୪୦୦ସିଟ୍ ରହିଛି। ତେବେ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ଓଜେଇଇ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। ଜୁନ୍ ପ୍ରଥମ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବା ସହ ଜୁଲାଇ ପ୍ରଥମ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking