30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚୀନରୁ ଫେରିଲେ ୩୨୪ ଭାରତୀୟ

ଚୀନରୁ ଫେରିଲେ ୩୨୪ ଭାରତୀୟ

ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ୩୨୪ ଜଣ ଭାରତୀୟ ଭାରତ ଅଭିମୁଖେ ଆସିଛନ୍ତି । ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଡବଲ ଡେକର ବିମାନରେ ଅଣାଯାଇଛି । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ବୋଇଂ ୭୪୭ ଯୋଗେ ସ୍ବଦେଶ ଆସିଛନ୍ତି ଛାତ୍ରଛାତ୍ରୀମାନେ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିମାନ ଚୀନରୁ ଉଡ଼ିଥିଲା । ଶନିବାର ସକାଳୁ ଏହା ଭାରତରେ ପହଂଚିଛନ୍ତି ବୋଲି ସୂଚନା ମିଳିଛି ।
ବିମାନବନ୍ଦରରେ ପ୍ରଥମେ ଏହି ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରୁ ସେମାନଙ୍କୁ ସେନା ଶିବିରକୁ ପଠାଯିବ । କରୋନା ଭୂତାଣୁ ଟୀକା ସଫଳତାର ସହ ପରୀକ୍ଷଣ କରାଯାଇଥିବା ହକଂ ବିଶ୍ବବିଦ୍ୟାଳୟର କେତେକ ଗବେଷକ ସୂଚନା ଦେଇଛନ୍ତି ।
ଯାତ୍ରୀଙ୍କୁ ନେଇ ଆସୁଥିବା ଏହି ବିମାନରେ ୫ଜଣିଆ ଡାକ୍ତରୀ ଦଳ ରହିଥିଲେ । ଭାରତରେ ପହଞ୍ଚିବା ପରେ ବିମାନ ବନ୍ଦରରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଭାରତୀୟ ସେନା ପକ୍ଷରୁ ହରିୟାଣାର ମାନେସରରେ ୩ ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିର ଖୋଲା ଯାଇଛି। ବିମାନ ବନ୍ଦରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ମାନେସରସ୍ଥିତ ସେନା ଶିବିରକୁ ସ୍ଥାନାନ୍ତର କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking