27.1 C
Bhubaneswar
Tuesday, May 7, 2024
Homeଓଡିଶାଆଜି ୧୪ ଜିଲ୍ଲାରେ ବର୍ଷିବ

ଆଜି ୧୪ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର:  ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଜନିତ ବର୍ଷା । ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ତା’ର ଆଖପାଖ ଅଞ୍ଚଳରେ ଗୋଟିଏ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଯାଏଁ ସକ୍ରିୟ ରହିଛି । ଆନ୍ଧ୍ର ଉପକୂଳ ଆଖପାଖ ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ସୋମବାର ସମୁଦ୍ର ପତ୍ତନର ୧.୫ କିମିରୁ ୫.୮ କିମି ମଧ୍ୟରେ ତେଲେଙ୍ଗାନା ଉପରେ ସକ୍ରିୟ ରହିଛି ଓ ଏହା ଉଚ୍ଚତା ସହ ଦକ୍ଷିଣ ପଶ୍ଚିମ ଦିଗରେ ଢଳିଛି । ଫଳରେ ରାଜ୍ୟରେ କ୍ରମାଗତ ଭାବେ କିଛି ଦିନ ବର୍ଷା ସମ୍ଭାବନା ରହିଛି । ବାୟୁ ମଣ୍ଡଳରେ ଦଣ୍ଡାୟମାନ ନିମ୍ନ ଚାପରେଖା ସକାଶେ ରାଜ୍ୟରେ ବୁଧବାରଠାରୁ ଲଗାଣ ବର୍ଷାର ପରିମାଣ ବଢ଼ିବ । ଦିନ ତାପମାତ୍ରାରେ ପରିବର୍ତ୍ତନ ଘଟିବା ସହ ଏହା ତଳକୁ ଖସିବ । ଆଜି ୧୪ ଜିଲ୍ଲାକୁ ବର୍ଷିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ସେପଟେ ଜୁନ ୧ରୁ ୨୮ ତାରିଖ ସୁଦ୍ଧା ଓଡ଼ିଶାରେ ୧୭୯.୭ ମିମି ବର୍ଷା ଅନୁଭୂତ ହୋଇଛି । ଏହା ସ୍ୱାଭାବିକ ବର୍ଷା ୧୯୭.୮ ମିମି ଠାରୁ ୯ ପ୍ରତିଶତ କମ ରହିଛି । ୧୪ ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, ଅନୁଗୁଳ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଉପରୋକ୍ତ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷାର ୨୦ରୁ ୫୯% ଯାଏଁ କମ ବର୍ଷା ହୋଇଛି । ଏହି ସମୟ ପରିଧି ମଧ୍ୟରେ ୬ ଜିଲ୍ଲା ସୁନ୍ଦରଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କୋରାପୁଟ ଠାରେ ସ୍ୱାଭାବିକଠାରୁ ୨୦ରୁ ୫୯% ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । କୋରାପୁଟରେ ସର୍ବାଧିକ ୨୭୮.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୩.୧ ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ମୌସୁମୀ ଜନିତ ବର୍ଷା ଚାଷୀଙ୍କ ପାଇଁ ସୁହାଇବ ବୋଲି ଆଶା କରାଯାଉଥିବାବେଳେ ୧୪ ଜିଲ୍ଲାରେ ହୋଇଥିବା ନିଅଣ୍ଟିଆ ବର୍ଷା ଏବେ ଚିନ୍ତାର ବିଷୟ ପାଲଟିଛି । ଏହା ମଧ୍ୟରେ ରବିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ମଧ୍ୟରେ ରାଜ୍ୟର ଏକାଧିକ ସହରରୁ ପ୍ରାୟ ୯୦ ମିମି ବର୍ଷା ରେକର୍ଡ ହୋଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ବର୍ଷା ରେକର୍ଡ ହୋଇଥିବାବେଳେ ମଙ୍ଗଳବାର ଯାକ ବର୍ଷାର ପରିମାଣ କମ୍ ରହିବ । ମୌସୁମୀ ଜନିତ ବର୍ଷା ଫଳରେ କିଛି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ହେଲେ ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ଅପେକ୍ଷାକୃତ ବଢ଼ିବା ସମ୍ଭାବନା ରହିଛି । ବୁଧବାର ରାଜ୍ୟର ୧୩ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାବେଳେ ଗୁରୁବାର ୮ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁଲାଇ ଆରମ୍ଭରୁ ରାଜ୍ୟକୁ ବର୍ଷା ପରିମାଣ ବଢ଼ିବ । ଗୁରୁବାର ୮ ଜିଲ୍ଲା ବ୍ୟତୀତ ୧୯ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଦିନକରେ ୨୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking