30.1 C
Bhubaneswar
Friday, April 26, 2024
Homeଓଡିଶାପଶ୍ଚିମରେ ପ୍ରବଳ ବର୍ଷିବ, ଉପକୂଳରେ ଗର୍ଜିବ

ପଶ୍ଚିମରେ ପ୍ରବଳ ବର୍ଷିବ, ଉପକୂଳରେ ଗର୍ଜିବ

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ୧୧ ତାରିଖରୁ ସକ୍ରିୟ ହେବା ପରେ କ୍ରମାଗତ ଭାବେ ରାଜ୍ୟରେ ବର୍ଷା ଲାଗି ରହିଛି । ଦୈନିକ ରାଜ୍ୟର ୨୦ରୁ ଊର୍ଦ୍ଧ୍ୱ ସହରର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । କିଛି ସହରରେ ୫୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଛି । ହେଲେ ଆଗକୁ ବର୍ଷା ପରିମାଣ ବଢ଼ିବ । ସୋମବାରଠାରୁ ରାଜ୍ୟରେ ବଡ଼ ବର୍ଷା ଆଶଙ୍କା ରହିଥିବା ବେଳେ ୧୪ ଜିଲ୍ଲାରେ ଘଡ଼ଘଡ଼ି ଓ ବଜ୍ରପାତ ସହ ମୁଷଳ ଧାରାର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ମଙ୍ଗଳବାର ବର୍ଷାର ପରିମାଣ ଆହୁରି ବଢ଼ିବ । ୪ ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାବେଳେ ସମ୍ପୃକ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ଏହି ୪ ଜିଲ୍ଲା ସହ ଆଉ ୧୫ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳରେ ମଧ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସମ୍ପୃକ୍ତ ୧୫ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି । ଫଳରେ ଆସନ୍ତା ଦିନରେ ଉପକୂଳରେ ପ୍ରବଳ ଗର୍ଜିବ ଓ ପଶ୍ଚିମରେ ପ୍ରବଳ ବର୍ଷିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking