28.1 C
Bhubaneswar
Saturday, April 27, 2024
Homeଓଡିଶାଏକ ଲକ୍ଷ ଆଣ୍ଟିଜେନ କିଟ୍ ଆଣିବାକୁ ନିଷ୍ପତ୍ତି

ଏକ ଲକ୍ଷ ଆଣ୍ଟିଜେନ କିଟ୍ ଆଣିବାକୁ ନିଷ୍ପତ୍ତି

ଭୁବନେଶ୍ୱର : ଏକ ଲକ୍ଷ ଆଣ୍ଟିଜେନ କିଟ୍ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତିଦିନ ରାଜ୍ୟରେ ୬ ହଜାର ଆରଟିପିସିଆର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଲୋକ ସେବା ଭବନରେ ବୈଠକ ପରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ପ୍ରତିଦିନ ୫ହଜାରରୁ ଅଧିକ ଟେଷ୍ଟ କରାଯାଉଛି । ଆଗକୁ ୬ହଜାର ଆରଟିପିସିଆର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ଏକ ଲକ୍ଷ ଆଣ୍ଟିଜେନ କିଟ୍ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଣ୍ଟିଜେନ୍ କିଟ୍ ଅଣାଯିବା ପରେ ପ୍ରତି ଜିଲ୍ଲାକୁ ଏହା ପଠାଯିବ । ଏହାପରେ ପ୍ରତିଦିନ ୨ହଜାର ଆଣ୍ଟିଜେନ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ଲାଜମା ଥେରାପିକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସରକାର ଏନେଇ ପ୍ରସ୍ତୁତି ଚଲାଇଛନ୍ତି । କଟକ ସ୍ଥିତ ଏସସିବି ମେଡ଼ିକାଲରେ ପ୍ଲାଜମା ଥେରାପି ହେବ ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ସେହିପରି ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ସର୍ବାଧିକ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୪୭ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ ୧୧୯୫୬ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୭୪୦୭ ଜଣ ସୁସ୍ଥ ହୋଇଛନ୍ତି । ୪୪୭୬ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking