30.1 C
Bhubaneswar
Wednesday, April 24, 2024
Homeଓଡିଶାମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନକ୍ସଲଙ୍କୁ ଆହ୍ୱାନ

ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନକ୍ସଲଙ୍କୁ ଆହ୍ୱାନ

ଭୁବନେଶ୍ୱର : ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୁଣିଥରେ ଡିଜିପି ନକ୍ସଲଙ୍କୁ ଆହ୍ୱାନ ଦେଇଛନ୍ତି । ଏକ ପ୍ରେସମିଟ୍ କରି ପୋଲିସ ଡିଜି ଅଭୟ ନକ୍ସଲମାନଙ୍କୁ ଆହ୍ୱାନ ଦେଇଛନ୍ତି । ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରୁ ୫ଜିଲ୍ଲାକୁ ବାଦ ଦିଆଯାଇଛି ବୋଲି ଡିଜିପି କହିଛନ୍ତି । ନକ୍ସଲ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସ୍ ବହୁତ ଭଲ କାମ କରୁଛି ବୋଲି ସେ କହିଛନ୍ତି । ମାଓବାଦୀଙ୍କ ଆତ୍ମସମର୍ପଣ ଦିନକୁ ଦିନ ବଢି ଚାଲିଛି । ୨୦୧୯ରେ ୧୩ ଓ ୨୦୨୦ରେ ଏ ପର୍ଯ୍ୟନ୍ତ ୧୭ଜଣ ନକ୍ସଲ ଆତ୍ମସର୍ମପଣ କରି ସାରିଲେଣି । ରାଜ୍ୟରେ ଏବେ ଲାଲବାହିନୀର ଗିତବିଧି କମୁଛି । ତେଣୁ ନକ୍ସଲମାନେ ସେମାନଙ୍କ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଆସନ୍ତୁ । ସରକାର ଥଇଥାନ ପାଇଁ ବହୁତ ଭଲ ପଲିସିମାନ କରିଛନ୍ତି । ତାର ସୁଯୋଗ ନିଅନ୍ତୁ ।
ଆଜି ମାଓ ପ୍ରଭାବିତ ଏସଆରଇ ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା ବାଦ ପଡ଼ିଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଲା – ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ଜିଲ୍ଲା । ସୁରକ୍ଷା ସମ୍ପର୍କୀତ ଖର୍ଚ୍ଚ ଏସ୍ଆର୍ଇରୁ ବାଦ୍ ପଡ଼ିଛି । ଏ ନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି । ୫ଜିଲ୍ଲା ବାଦ୍ ପଡ଼ିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ । ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।ପୂର୍ବରୁ ୨୦୧୮ରେ ୬ଟି ଜିଲ୍ଲା ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ମାଓପ୍ରଭାବିତ ଏସ୍ଆର୍ଇ ଜିଲ୍ଲା ତାଲିକାରୁ ବାଦ୍ ଦିଆଯାଇଥିଲା । ଏହି ମାଓପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଏସ୍ଆର୍ଇ ଯୋଜନାରେ ବିକାଶମୂଳକ କାମ ଚାଲୁ ରହିଥିଲା । ରାଜ୍ୟରେ ମାଓ ଗତିବିଧି ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking