29.1 C
Bhubaneswar
Sunday, April 28, 2024
Homeଓଡିଶାଓଡିଶା-ମୋ ପରିବାର ଉଦ୍ୟମରେ ଦିଲ୍ଲୀରୁ ଆସିଲା ଓଡିଆଙ୍କ ପାର୍ଥିବ ଶରୀର

ଓଡିଶା-ମୋ ପରିବାର ଉଦ୍ୟମରେ ଦିଲ୍ଲୀରୁ ଆସିଲା ଓଡିଆଙ୍କ ପାର୍ଥିବ ଶରୀର

ଭୁବନେଶ୍ବର : ଓଡିଶାର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ୨୫ ବର୍ଷୀୟ ମେଧାବୀ ଛାତ୍ର ସୂର୍ଯ୍ୟକାନ୍ତ ସ୍ବାଇଁ ହୃଦରୋଗରେ ପୀଡିତ ହୋଇ ସ୍ବାସ୍ଥ୍ୟାବସ୍ଥା ବିଗିଡିଯିବାରୁ ଗତ ୧୪ତାରିଖରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ବାସ୍ଥ୍ୟାବସ୍ଥା ନିୟନ୍ତ୍ରଣ ବହିର୍ଭୂତ ହେବାପରେ ତାଙ୍କୁ ଗତ ୧୬ ତାରିଖ ଦିନ ଭୁବନେଶ୍ବରରୁ ତୁରନ୍ତ ଦିଲ୍ଲୀ ଏମ୍ସହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା । ସେଠାରେ ଚିକିସ୍ଥାଧୀନ ଅବସ୍ଥାରେ ଗତ ୧୮ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ସ୍ବାଇଁଙ୍କ ପାର୍ଥବ ଶରୀରକୁ ଓଡିଶା ଫେରାଇ ଆଣିବା ପରିବାର ପକ୍ଷରେ ସମ୍ଭବପର ନଥିଲା । ଏ ସମ୍ପର୍କରେ ସ୍ବର୍ଗତ ସ୍ବାଇଁଙ୍କ ଭାଇ ଦିଲ୍ଲୀ ସ୍ଥିତ ଓଡିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳଙ୍କୁ ଜଣାଇଥିଲେ । ଧଳ ଏସମ୍ପର୍କରେ ତୁରନ୍ତ ଓଡିଶା ମୋ-ପରିବାରକୁ ଅବଗତ କରାଇଥିଲେ । ଓଡିଶା-ମୋପରିବାର ଏଦିଗରେ ପଦକ୍ଷେପ ଗ୍ରହଣକରି ପାର୍ଥିବଶରୀରକୁ ଓଡିଶା- ଫେରାଇ ଆଣିବାଲାଗି ସମସ୍ତ ପ୍ରକାରର ଆର୍ଥିକ ସହାୟତା କରିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରିଥିଲେ ।

ଓଡିଶା-ମୋପରିବାର ଏବଂ ଓଡିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳ ଓ ମନୋଜନଙ୍କ ମିଳିତ ଉଦ୍ୟମରେ ଶନିବାର ସକାଳ ୧୧ଟାରେ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାପରେ ଆବାହକ ସେଠାରେ ଉପସ୍ଥିତ ରହି ପାର୍ଥବ ଶରୀରକୁ ଗ୍ରହଣ କରିଥିଲେ । ଏହାପରେ ସ୍ବାଇଁଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟିକୁ ପଠାଇବା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା ଓଡିଶା-ମୋପରିବାର ତରଫରୁ କରାଯାଇଥିଲା । ଏହି ମହତକାର୍ଯ୍ୟ ଲାଗି ମୃତକଙ୍କ ପରିବାର ବର୍ଗ ଓଡିଶା-ମୋପରିବାର ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking