28.1 C
Bhubaneswar
Thursday, March 28, 2024
Homeଓଡିଶାସରିଥିଲା ନିର୍ବନ୍ଧ, ଚାଲିଗଲା ଜୀବନ

ସରିଥିଲା ନିର୍ବନ୍ଧ, ଚାଲିଗଲା ଜୀବନ

ଗଞ୍ଜାମ : ସରିଥିଲା ନିର୍ବନ୍ଧ । ଆସନ୍ତା ସରସ୍ବତୀ ପୂଜା ଦିନ ହୋଇଥାନ୍ତା ବାହାଘର । ହେଲେ ନିଜ ମାଲିକର ଟ୍ରାକ୍ଟରକୁ ବିଦ୍ୟୁତ ନିଆଁରୁ ବଞ୍ଚାଇ ବାକୁ ଯାଇ ନିଜେ ଜଳିଗଲେ ଡ୍ରାଇଭର । ପ୍ରାଣ ହରାଇଥିବା ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ଲଡ଼ୁ କିଶୋର ପ୍ରଧାନଙ୍କ ଏକ ମାତ୍ର ପୁଅ ମନୋଜ ପ୍ରଧାନ (୩୪ )। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମରେ। କାନ୍ଦ ବୋବାଳିରେ ଫାଟି ପଡିଛି ବୁଗୁଡ଼ା ମେଡିକାଲ ପରିସର। ଏକ ମାତ୍ର ରୋଜ ଗାରିଆ ପୁଅକୁ ହରାଇ ବାପା ମା ଜଡ଼ ପାଲଟି ଯାଇଥିବା ବେଳେ ଗ୍ରାମବାସୀ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ଧାନ ଅମଳ କରିବା ପାଇଁ ମନୋଜ ଟ୍ରାକ୍ଟରରେ ଧାନ ଅମଳ ମେସିନ ଲଗାଇ ବି.ବ୍ରହ୍ମପୁର ଗ୍ରାମର ସୁକାନ୍ତି ନାୟକଙ୍କ ବ୍ୟକ୍ତିଙ୍କ ଧାନ ଖଳାକୁ ଆସି ମେସିନ ଲଗାଇଥିଲେ। ମେସିନ ଚାଲିଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରୁ ନିଆଁ ଝୁଲ ଖସି ଥିଲା । କାଳେ ତାର ଛିଣ୍ଡି ଟ୍ରାକ୍ଟର ଉପରେ ପଡ଼ିଯିବ ଭାବି ଘୁଞ୍ଚାଇବା ପାଇଁ ମନୋଜ ଟ୍ରାକ୍ଟର ଷ୍ଟାର୍ଟ କରୁଥିବା ସମୟରେ ହଠାତ ତାର ଛିଣ୍ଡି ଟ୍ରାକ୍ଟର ଉପରେ ପଡିବା ଫଳରେ ଗାଡି ସାରା ବିଦ୍ୟୁତ ପ୍ରବାହ ହୋଇ ଯାଇଥିଲା, ଫଳରେ ମନୋଜଙ୍କ ହାତ ଜଳି ଯିବା ସହ ବିଦ୍ୟୁତ ଧକ୍କାରେ ଫୋପାଡ଼ି ହୋଇ ପଡ଼ିଥିଲେ। ସ୍ଥାନୀୟ ଯୁବକ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ମନୋଜଙ୍କୁ ବୁଗୁଡ଼ା ମେଡିକାଲ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking