24.1 C
Bhubaneswar
Thursday, May 9, 2024
Homeଓଡିଶାସବ୍‌ଜୁନିୟର୍ ଜାତୀୟ ବେସ୍‌ବଲ୍‌ରେ ଓଡ଼ିଶା ବାଳିକା ଚାମ୍ପିଅନ୍‌

ସବ୍‌ଜୁନିୟର୍ ଜାତୀୟ ବେସ୍‌ବଲ୍‌ରେ ଓଡ଼ିଶା ବାଳିକା ଚାମ୍ପିଅନ୍‌

କଟକ: ୩୩ତମ ସବ୍‌ଜୁନିୟର୍ ଜାତୀୟ ସଫ୍ଟବଲ୍ ଓ ବେସ୍‌ବଲ୍ ଚାମ୍ପିଅନ୍‌ଶିପ୍ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ବାଳିକା ଟିମ୍ ବେସ୍‌ବଲ୍‌ରେ ଚାମ୍ପିଅନ୍ ହୋଇଛି । ଦଳ ଫାଇନାଲ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରି ଟାଇଟଲ୍ ହାସଲ କରିଥିବା ବେଳେ ଦିଲ୍ଲୀ ବ୍ରୋଞ୍ଜ୍ ପଦକ ପାଇଛି । ସେହିପରି ଏହି ଇଭେଣ୍ଟ୍‌ରେ ବାଳକ ବର୍ଗରେ ମହାରାଷ୍ଟ୍ରକୁ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ କର୍ଣ୍ଣାଟକ ରୌପ୍ୟ ଓ ରାଜସ୍ଥାନ ବ୍ରୋଞ୍ଜ୍ ପଦକ ପାଇଛି । ଆହୁରି ସଫ୍ଟବଲ୍ ଇଭେଣ୍ଟ୍‌ରେ ବାଳକ ବର୍ଗରେ ରାଜସ୍ଥାନ ଓ ବାଳିକା ବର୍ଗରେ ତେଲେଙ୍ଗାନା ସ୍ୱର୍ଣ୍ଣପଦକ ପାଇଛନ୍ତି ।

ଏହାଛଡ଼ା ବାଳକରେ ଛତିଶଗଡ଼ ଓ ଉତ୍ତରାଖଣ୍ଡ ଏବଂ ବାଳିକାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ପାଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ଆର୍‌ଡିସି ସେଣ୍ଟ୍ରାଲ୍ ରେଞ୍ଜ୍ ଆଇଏଏସ୍ ଅନୀଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାଛଡ଼ା  ଭାରତୀୟ ସଫ୍ଟବଲ୍ ସଂଘ (ଏସ୍‌ଏଆଇ)ର ସାଧାରଣ ସମ୍ପାଦକ ଏଲ୍‌ଆର୍ ମୌର୍ଯ୍ୟ, ଓଡ଼ିଶା ସଫ୍ଟବଲ୍ ସଂଘ (ଓଏସ୍‌ଆଇ) ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଏସ୍‌ଏଆଇ କୋଷାଧ୍ୟକ୍ଷ ଶ୍ରୀକାନ୍ତ ଥାରୋଟ୍‌, ଓଏସ୍‌ଏ କୋଷାଧ୍ୟକ୍ଷ ଶକ୍ତିରଞ୍ଜନ ମହାନ୍ତି, ଓଏସ୍‌ଏ ଯୁଗ୍ମ ସଚିବ ରାଜ କିଶୋର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବ ଶେଷରେ ରାଜ କିଶୋର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ଉଦ୍‌ଯାପନୀ ଉତ୍ସବ ଅମୀୟ ଚନ୍ଦ୍ର ଓ ସୁନୀତା ବର୍ମା ପରିଚାଳନା କରିଥିବା ଓଏସ୍‌ଏ ସମ୍ପାଦକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking