33.1 C
Bhubaneswar
Saturday, April 27, 2024
Homeଖେଳଭାରତ-ଅଷ୍ଟ୍ରେଲିଆ ମହିଳା ଦିନିକିଆ ସିରିଜ୍ : ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ରାଚେଲ୍ ଆହତ

ଭାରତ-ଅଷ୍ଟ୍ରେଲିଆ ମହିଳା ଦିନିକିଆ ସିରିଜ୍ : ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ରାଚେଲ୍ ଆହତ

ମକାୟା:  ଚଳିତ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆ ଦଳକୁ ଜବରଦସ୍ତ ଧକ୍କା ଲାଗିଛି । କାରଣ ପ୍ରଥମ ମ୍ୟାଚ୍‌ରେ ୯ ୱିକେଟ୍‌ରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଦଳର ନେଟ୍ସ ସମୟରେ ଓପନିଂ ବ୍ୟାଟ୍ସଓମ୍ୟାନ୍ ରାଚେଲ୍ ହେନ୍ସଙ୍କ କହୁଣିରେ ଆଘାତ ଲାଗିଛି । ଦୁଇ ଦିନ ତଳେ ଅଷ୍ଟ୍ରେଲିଆର କ୍ରମାଗତ ୨୫ତମ ଦିନିକିଆ ବିଜୟରେ ଅପରାଜିତ ୯୩ ରନ୍ କରିଥିବା ଉପଅଧିନାୟିକା ହେନ୍ସଙ୍କ କହୁଣିରେ ବେଶ୍ ତୀବ୍ର ଗତିରେ ଏକ ବଲ୍ ବାଜିଥିଲା ଏବଂ ସ୍କାନ୍ ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଅଷ୍ଟ୍ରେଲିଆର ଲଗାତାର ରେକର୍ଡ ବିଜୟ ହାସଲ କରିଥିବା ମ୍ୟାଚ୍‌ଗୁଡ଼ିକରେ ହେନ୍ସ ଟିମ୍‌ର ଜଣେ ନିୟମିତ ସଦସ୍ୟ ରହିଛନ୍ତି ଏବଂୠତ ୨୦୧୭ ବିଶ୍ୱକପ୍ ପରେ ସେ ଗୋଟିଏ ବି ମ୍ୟାଚ୍ ହାତଛଡ଼ା କରିନାହାନ୍ତି ।

ଯଦି ଶୁକ୍ରବାରର ମ୍ୟାଚ୍‌ରେ ହେନ୍ସ ଉପଲବ୍ଧ ନ ହୁଅନ୍ତି, ତା’ହେଲେ ଏଲିସ୍ ହିଲିଙ୍କ ସହ ବେଥ୍ ମୁନୀ ଇନିଂସ୍ ଓପନ୍ କରିବାର ସମ୍ଭାବନା ରହିଛି । ନଚେତ୍ ଜର୍ଜିଆ ରେଡ୍‌ମ୍ୟାନ୍‌ଙ୍କୁ ବି ପଦାର୍ପଣ ସୁଯୋଗ ମିଳିପାରେ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ପୂର୍ବରୁ ଜେସ୍ ଜୋନାସନ୍ ଓ ଟାୟଲା ବ୍ଲେମିଙ୍କ୍ ଆଘାତପ୍ରାପ୍ତ ହୋଇ ସିରିଜ୍‌ରୁ ବାଦ୍ ପଡ଼ସାରିଛନ୍ତି । ଏହାଛଡ଼ା ଅଲ୍‌ରାଉଣ୍ଡର୍ ନିକୋଲା କେରୀ ମଧ୍ୟ ଯନ୍ତ୍ରଣା ଯୋଗୁଁ ପ୍ରଥମ ମ୍ୟାଚ୍ ଖେଳିପାରିନାହାନ୍ତି । ତେବେ ମୁଖ୍ୟ କୋଚ୍ ମାଥ୍ୟୁ ମ୍ୟାଟ୍ ଓ କ୍ୟାପ୍‌ଟେନ୍ ମେଗ୍ ଲାନିଙ୍ଗ୍‌ଙ୍କ ଅନୁସାରେ, ଆସନ୍ତା ବର୍ଷ ହେବା ଥିବା ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍‌ର ବେଞ୍ଚ୍ ଷ୍ଟ୍ରେଙ୍ଗ୍‌ଥକୁ ମାପିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking