29.1 C
Bhubaneswar
Saturday, April 27, 2024
Homeଓଡିଶାଆଗୁଆ ବନ୍ଦ କରି ଦେଲେ ବିଧାନସଭା

ଆଗୁଆ ବନ୍ଦ କରି ଦେଲେ ବିଧାନସଭା

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଶେଷ ହୋଇଛି । ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି ରହିଲା । ଚଳିତ ଅଧିବେଶନରେ ୨୬ଟି କାର୍ଯ୍ୟ ଦିବସ ହୋଇଥିଲା । ଆସନ୍ତା ୯ ତାରିଖରେ ବିଧାନସଭା ଅଧିବେଶନ ଶେଷ ହେବାର ଥିଲା । ମାତ୍ର ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି । ଚଳିତ ଅଧିବେଶନରେ ୯ଟି ବିଲ୍ ପାରିତ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଛି ।

ବିଧାନସଭା ଅଧିବେଶନ ଫେବୃୟାରୀ ୧୮ରୁ ଆରମ୍ଭ ହୋଇଥିଲା । ଯାହା ଆସନ୍ତା ୯ ତାରିଖରେ ଶେଷ ହୋଇଥାନ୍ତା । ଆରମ୍ଭରୁ ହିଁ ଚାଷୀ ଧାନ କିଣା ପ୍ରସଙ୍ଗଠୁ ଆରମ୍ଭ କରି ତୈଳ ଦର ବୃଦ୍ଧି ଯାଏଁ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ ହଟ୍ଟଗୋଳ କରିଥିଲେ । ଶାସକ ଓ ବିରୋଧୀ ମଧ୍ୟ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ବିରୋଧୀ ଅନେକ ପ୍ରସଙ୍ଗ ଉପରେ ପ୍ରଶ୍ନ ପଚାରିଥିବା ବେଳେ ବିଭାଗୀୟ ମନ୍ତ୍ରୀ ତାର ଉତ୍ତର ମଧ୍ୟ ରଖିଥିଲେ । ଅଧିବେଶନ ଚାଲିଥିବା ସମୟରେ ବିଧାନସଭା ସାମ୍ନାରେ ଆତ୍ମାହୁତି ପାଇଁ କିଛି ବ୍ୟକ୍ତି ମଧ୍ୟ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking