31.1 C
Bhubaneswar
Monday, May 6, 2024
Homeଓଡିଶାଓଡ଼ିଶା-ଆନ୍ଧ୍ର ସୀମା ବିବାଦ: ୪ ସପ୍ତାହ ଘୁଞ୍ଚିଲା କୋଟିଆ ମାମଲା ଶୁଣାଣି

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: ୪ ସପ୍ତାହ ଘୁଞ୍ଚିଲା କୋଟିଆ ମାମଲା ଶୁଣାଣି

ଭୁବନେଶ୍ୱର : ଓଡ଼ିଶା-ଆନ୍ଧ୍ର ସୀମା ବିବାଦର କେବେ ହେବ ସମାଧାନ! ଆଜି ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣୀ ହେବାକୁ ଥିବା ବେଳେ ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ପୁଣି ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାରେ ବିଚାରପତି ଜଷ୍ଟିସ ଏ ଏମ ଖାନୱିଲକର ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବାର ରହିଥିଲା ମାତ୍ର ଏହାକୁ ଆସନ୍ତା ଫେବୃଆରୀ ମାସକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ସୂଚନା ଅନୂସାରେ ଗତ ବର୍ଷ ଫେବୃଆରୀରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ କରାଇଥିବାରୁ ଓଡ଼ିଶା ସରକାର ଏହାକୁ ନେଇ ଅଦାଲତ ଅବମାନନାର ଅଭିଯୋଗ କରିଥିଲେ ।

ପୂର୍ବ ଶୁଣାଣିରେ ଉଭୟ ସରକାରଙ୍କୁ ରାଜନୈତିକ ସ୍ତରରେ ମାମଲାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆନ୍ଧ୍ର ସରକାରଙ୍କୁ ଓଡ଼ିଶା ନିମନ୍ତ୍ରଣ କରିଥିଲେ ଓ ଗତ ନଭେମ୍ବର ମାସରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ଏହି ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ମଧ୍ୟ କରିଥିଲେ ଯାହାର ନିଷ୍କର୍ସ ବାବଦରେ ଆଜି ଉଭୟ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ପରେ ଏହି ପ୍ରସଙ୍ଗରେ ଆସନ୍ତା ତାରିଖରେ ଶୁଣାଣି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking