29.1 C
Bhubaneswar
Saturday, April 27, 2024
Homeଓଡିଶାତୃଟିପୂର୍ଣ୍ଣ ପଂଚାୟତ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ପ୍ରସଙ୍ଗରେ ଧରାପଡିଛି ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ଷଡଯନ୍ତ୍ର...

ତୃଟିପୂର୍ଣ୍ଣ ପଂଚାୟତ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ପ୍ରସଙ୍ଗରେ ଧରାପଡିଛି ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ଷଡଯନ୍ତ୍ର : ସୁରଥ ବିଶ୍ୱାଳ

ଭୂବନେଶ୍ୱର  : ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଧରାପଡିଲା । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ହୋଇଥିବା ତୃଟିପୂର୍ଣ୍ଣ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ରାଜ୍ୟ ସରକାର ପକେଇଥିବା ଛେପକୁ ଢୋକିଛନ୍ତି ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ବିଚାର ବ୍ୟବସ୍ଥା ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଯେଉଁ ଅଭିଯୋଗ ଅତୀତରେ ବିଜେପି ଏବଂ ଅନ୍ୟ ଜାତିବର୍ଗ ସଂଗଠନମାନେ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ମାନୁନଥିଲେ । ବର୍ତମାନ କୋର୍ଟରେ ତାହା ସ୍ୱୀକାର କରିଛନ୍ତି । ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ ବୋଲି କହୁଥିବା ରାଜ୍ୟ ସରକାର ମାତ୍ର ୧୨ ପ୍ରତିଶତରେ ସୀମିତ ରଖିଥିଲେ । କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଗଜପତି, ରାୟଗଡା, ଝାରସୁଗୁଡା ଭଳି ୮ଟି ଜିଲ୍ଲାରେ ଓବିସି ବର୍ଗଙ୍କ ପାଇଁ ଆଦୈା ସଂରକ୍ଷଣ ବ୍ୟବସ୍ଥା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଦୀର୍ଘ ଦିନ ଧରି ୨୭ ପ୍ରତିଶତ ସଂରକ୍ଷଣରେ ନିର୍ବାଚନ ଲଢୁଥିବା ସଂଖ୍ୟାଧିକ ବର୍ଗକୁ ରାଜ୍ୟ ସରକାର କାହିଁକି ଏଭଳି ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଛନ୍ତି, ତାହା ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଏବଂ ବର୍ତମାନର ନବୀନ ପଟ୍ଟନାୟକ ସରକାର ଦୀର୍ଘ ୪୧ ବର୍ଷ ଧରି ଓବିସି ବର୍ଗକୁ କେବଳ ପ୍ରତାରଣା କରି ଆସୁଛନ୍ତି । ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ସଂରକ୍ଷଣ ଦେବାର ପ୍ରବାଧାନ ଥିବା ସତ୍ୱେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଏହା କାର୍ଯ୍ୟକାରୀ ହେଉନାହିଁ । ବର୍ତମାନ ଉଚ୍ଚ ନ୍ୟାୟାଳୟଙ୍କ କାରଣରୁ ରାଜ୍ୟ ସରକାରଙ୍କ କେବଳ ଗୋଟିଏ ଷଡଯନ୍ତ୍ର ଧରାପଡିଛି । ଆଗକୁ ଶିକ୍ଷା, ନିଯୁକ୍ତି, କର୍ମନିଯୁକ୍ତି ଭଳି ସାମ୍ବିଧାନିକ ଅଧିକାରରୁ ବଂଚିତ କରିଥିବାର ଅନେକ ତଥ୍ୟର ପର୍ଦ୍ଦାଫାଶ ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟରେ ଓବିସି ଫାଇନାନ୍ସ ଡେଭେଲପମେଂଟ କର୍ପୋରେସନ କାର୍ଯ୍ୟକ୍ଷମ ନଥିବାବେଳେ ବିଳମ୍ବରେ ଗଠିତ ରାଜ୍ୟ ଓବିସି କମିଶନଙ୍କୁ କାହିଁକି ସାମ୍ବିଧାନିକ କ୍ଷମତା ଦିଆଯାଇନାହିଁ ବୋଲି ଶ୍ରୀ ବିଶ୍ୱାଳ ପୁଣି ଥରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଏବଂ ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଂକର ପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking