26.1 C
Bhubaneswar
Wednesday, May 8, 2024
Homeଓଡିଶାକୋମାରେ ରାଜ୍ୟର ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ପ୍ରତିବାଦରେ ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ...

କୋମାରେ ରାଜ୍ୟର ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ପ୍ରତିବାଦରେ ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ ମହିଳାମୋର୍ଚ୍ଚା

 ରାଜ୍ୟରେ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ଖୋଲିବା ମୁଖ୍ୟମନ୍ତ୍ରୀଙ୍କ ‘ଆଇ ୱାଶ୍‌’ ଘୋଷଣା ଥିଲା : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର, : ମାଁ, ଭଉଣୀ ଓ ଶିଶୁ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ପ୍ରତ୍ୟେକ ରାଜ୍ୟରେ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । ତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏଭଳି ଏକ ପ୍ରକୋଷ୍ଠ ଖୋଲାଯାଇଥିବାର ଘୋଷଣା କରିଥିଲେ ଏବଂ ଏହି ପ୍ରକୋଷ୍ଠର ମୁଖ୍ୟ ଭାବେ ଜୈନିକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କରିଥିବାର ବିଭିୁନ୍ନ ଗଣମାଧ୍ୟମରେ ଘୋଷଣା କରିଥିଲେ । ମାତ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ‘ଆଇ ୱାଶ୍‌’ ଘୋଷଣା ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ପ୍ରାୟ ୭୪ଦିନ ବିତି ଯାଇଥିବା ସତ୍ୱେ ରାଜ୍ୟ ସରକାର ଆଇନକୁ ବାଟବଣା ତଦନ୍ତ ପ୍ରକ୍ରିୟାକୁ ଦିଗହରା କରୁଛନ୍ତି । ଏହା ବିରୋଧରେ ଭାରତୀୟ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମନ୍‌ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉଛି । ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏହି ଘଟଣା ସଂପର୍କରେ ଗତ ଡିସେମ୍ବର ୮ ତାରିଖ ଦିନ ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ଅଧିକାରୀଙ୍କୁ ପଚାରିବାରୁ, ସେ ଏହି ଘଟଣା ସଂପର୍କରେ କିଛି ଜାଣିନଥିବା ଏବଂ ଏହି ଘଟଣାଟି ସଂପୃକ୍ତ ଜିଲ୍ଲା ପୋଲିସ ତଦନ୍ତ ପରିସରଭୁକ୍ତ ବୋଲି କହି କଥାକୁ ଏଡାଇ ଦେଇଥିଲେ । ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ରାଜ୍ୟରେ ସତରେ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ଖୋଲାଯାଇଛି ନା କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯାଇଛି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ନିହାତି ଆବଶ୍ୟକ । ଏହା ହେଉଛି ମହିଳା ସଶକ୍ତିକରଣର ମିଛ ପ୍ରବଂଚନା ଓ ପ୍ରହସନର ଜ୍ୱଳନ୍ତ ନଗ୍ନ ଚିତ୍ର ବୋଲି ଶ୍ରୀମତି ପଟ୍ଟନାୟକ କହିଛନ୍ତି । ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ମହିଳା ସଶକ୍ତୀକରଣ ଏବଂ ସୁରକ୍ଷା ପ୍ରସଙ୍ଗରେ ମିଛ ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହିଳାବିରୋଧୀ ଆଚରଣ ବିରୁଦ୍ଧରେ ମହିଳା ମୋର୍ଚ୍ଚା ମହାମହିମ ରାଜ୍ୟପାଳଙ୍କୁ ଅବଗତ କରିବ । ଏହି ପରିପ୍ରେକ୍ଷୀରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରହେଳିକା ପ୍ରସଙ୍ଗରେ ଅଭିଯୋଗ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବେ । ଆଗାମୀ ୨୩ ଓ ୨୪ ତାରିଖ ଦିନ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ଶ୍ରୀମତୀ ପଟ୍ଟନାୟକ ସୁଚନା ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଏବଂ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍‌)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking