38.1 C
Bhubaneswar
Friday, April 26, 2024
Homeଓଡିଶାବିଏମ୍‌ସି ଅଞ୍ଚଳରେ ଲୋକଙ୍କ କଥା ବୁଝିବେ ୪ ଓଏଏସ୍  

ବିଏମ୍‌ସି ଅଞ୍ଚଳରେ ଲୋକଙ୍କ କଥା ବୁଝିବେ ୪ ଓଏଏସ୍  

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ବଢ଼ିଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି । ଏଣୁ ରାଜ୍ୟ ସରକାର ସବୁ ସହରାଞ୍ଚଳମାନଙ୍କରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏସବୁ ଭିତରେ କୋଭିଡ୍ ସଂପର୍କିତ କାର୍ଯ୍ୟର ପରିଚାଳନା ଲାଗି ରାଜ୍ୟ ସରକାର ଆଇଏଏସ୍‌ମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି କ୍ରମରେ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜନତାଙ୍କ ସ୍ୱାର୍ଥରକ୍ଷା ଲାଗି କାର୍ଯ୍ୟ କରିବାକୁ ୪ଜଣ ଓଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ମୂତୟନ କରିଛନ୍ତି । ଏମାନେ ହେଲେ ରାଜ୍ୟ ସମବାୟ ବିଭାଗ ଉପସଚିବ ଭବାନୀ ପ୍ରସାଦ ମିଶ୍ର, ଯୁବ ବ୍ୟାପାର (ବିଜୁ ଯୁବ ବାହିନୀ)ବିଭାଗ ଉପସଚିବ ରଞ୍ଜିତ୍ ପରିଡା, ପୂର୍ତ୍ତ ବିଭାଗ ଉପସଚିବ ଦିଲ୍ଲୀପ କୁମାର ମହାପାତ୍ର ଏବଂ ରାଜ୍ୟ କ୍ରୀଡ଼ା ଏବଂ ଯୁବସେବା ବିଭାଗ ଉପସଚିବ ଶୈଳେନ୍ଦ୍ର କୁମାର ଜେନା । ସମସ୍ତେ ନିଜର ମୂଳ ଦାୟିତ୍ୱ ତୁଲାଇବା ସହିତ କୋଭିଡ୍ ପରିଚାଳନାରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଏକ ଚିଠିରେ ଜଣାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking