30.1 C
Bhubaneswar
Monday, May 6, 2024
Homeଓଡିଶାନନ୍ଦନକାନନରୁ ଗଲେ ୧୩, ଆସିଥିଲେ ୪ ପ୍ରଜାତିର ୯ଟି ଜୀବଜନ୍ତୁ

ନନ୍ଦନକାନନରୁ ଗଲେ ୧୩, ଆସିଥିଲେ ୪ ପ୍ରଜାତିର ୯ଟି ଜୀବଜନ୍ତୁ

ନରାଜ :  ନନ୍ଦନକାନନ ପ୍ରାଣୀ ଉଦ୍ୟାନ କତୃପକ୍ଷ ଚଳିତ ଡିସେମ୍ବର ମାସରେ ଡ. ଦେବଦତ୍ତ ମହାପାତ୍ରଙ୍କ ନେତୃତ୍ୱରେ ୫ ଜଣିଆ ଦଳ ଇନ୍ଦୋର ଗ୍ରସ୍ଥ କରିଥିଲେ ।  ଅଦଳ ବଦଳ ପ୍ରକ୍ରିଆରେ ମଧ୍ୟପ୍ରଦେଶ ଇନ୍ଦୋର କମଳା ନେହେରୁ ପ୍ରାଣୀ ସଂଗ୍ରାହଳାୟରୁ ୪ ପ୍ରଜାତିର ୯ଟି ଜୀବ ଜନ୍ତୁ ଗତ ଡିସେମ୍ବର ୨୦ତାରିଖରେ ଆସି ନନ୍ଦନକାନନରେ ପହଞ୍ଚିଥିଲେ ଥିଲେ । ଏଥିରେ ଥିଲେ ଦୁଇଟି ଭାରତୀୟ   ସିଂହୀ, ତିନୋଟି  ଘଡିଆଳୀ କୁମ୍ଭିର (ଦୁଇଟି ଅଣ୍ଡିରା ଗୋଟିଏ ମାଈ) ,ଭାରତୀୟ ତିନୋଟି ଗଧିଆ  (ଦୁଇଟି ଅଣ୍ଡିରା  ଓ ଗୋଟିଏ ମାଈ) ଏବଂ ଗୋଟିଏ ମାଈ ଭାରତୀୟ କୋକିଶିଆଳି ଥିଲେ । ଏହା ବଦଳରେ ନନ୍ଦନକାନନ ପ୍ରାଣିଉଦ୍ୟାନରୁ  ଇନ୍ଦୋର କମଳା ନେହେରୁ ପ୍ରାଣୀ ସଂଗ୍ରାହଳାୟରୁ ଏକ ଟିମ ସୋମବାର ସଂଧ୍ୟାରେ ନନ୍ଦନକାନନରେ ପହଞ୍ଚି ଥିଲେ । ଏହି ଅଦଳବଦଳ ପକ୍ରିୟାରେ ମଙ୍ଗଳବାର ନନ୍ଦନକାନନ ଦେଉଛି ୫ଟି ପ୍ରଜାତିର ୧୩ଗୋଟି ଜୀବଜନ୍ତୁ ସେଥି ମଧ୍ୟରେ  ଗୋଟିଏ ଭାରତୀୟ ମାଈ ଧଳା ବାଘୁଣୀ,ଗୋଟିଏ ଅଣ୍ଡିରା ଅଧିକ କଳା ଲୋମଯୁକ୍ତ ଭାରତୀୟ ବାଘ (ମେଲନିଷ୍ଟିକ),ତିନୋଟି  ଘଡିଆଳ କୁମ୍ଭିର (ଦୁଇଟି ଅଣ୍ଡିରା ଓ ଗୋଟିଏ ମାଈ), ଚାରୋଟି ଗୋଲଡେନ ପଲିଜାଣ୍ଟ (ଦୁଇଟି ଅଣ୍ଡିରା ଦୁଇଟି ମାଈ) ଚାରୋଟି ସିଲଭର ଫିଜାଣ୍ଟ (ଦୁଇଟି ଅଣ୍ଡିରା ଦୁଇଟି ମାଈ) ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking