28.1 C
Bhubaneswar
Saturday, April 27, 2024
Homeଓଡିଶାଅକ୍ସିଜେନ ନମିଳିବାରୁ ସମିତିସଭ୍ୟଙ୍କ ମୃତ୍ୟୁ

ଅକ୍ସିଜେନ ନମିଳିବାରୁ ସମିତିସଭ୍ୟଙ୍କ ମୃତ୍ୟୁ

ନୂଆପଡା : ଅକ୍ସିଜେନ ନ ମିଳିବାରୁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ସିଲଭା ପଞ୍ଚାୟତର ସ୍ଥାୟୀ ସମିତିସଭ୍ୟ ଦୁର୍ଯ୍ୟୋଧନ ମାଝୀ (୩୮) ପ୍ରାଣ ହରାଇଛନ୍ତି । ସେ ଆଣ୍ଟିଜେନ ଟେଷ୍ଟ କରାଇବାରୁ କରୋନା ଚିହ୍ନଟ ହୋଇଥିଲେ । ଶ୍ରୀ ମାଝୀ ମେଡିସିନ ନେଇ ଘରେ ଚିକିତ୍ସିତ ହେଉଥିଲେ ।  ହଠାତ ୧୬ ତାରିଖ ଦିନ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଘରର ସଦସ୍ୟ ମାନେ ଆମ୍ବୁଲେନ୍ସ ଡାକି କୋଭିଡଡାକ୍ତର ଖାନାରେ ଭର୍ତ୍ତି କରାଇଥିଲେ । ଅକ୍ସିଜେନ ଦେବାରୁ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହେଉଥିଲା । ଗତକାଲି ରାତ୍ରି ୨ ଟା ରେ ଅକ୍ସିଜେନ ଶେଷ ହୋଇଥିଲା ।  ଦୁର୍ଯ୍ୟୋଧନଙ୍କ ଭାଇ ସାଧୁରାମ କୋଭିଡ୍ ଡାକ୍ତରଖାନାର ଜରୁରିକାଳୀନର ଡେସ୍କକୁ ଯାଇ ଅକ୍ସିଜେନ ଯୋଗାଇବାକୁ କହିଥିବା ସତ୍ତ୍ୱେ ଡାକ୍ତର କିମ୍ବା ଷ୍ଟାଫ୍‌ମାନେ ମନା କରିଥିଲେ ।

ସକାଳୁ ଅକ୍ସିଜେନ ଯୋଗାଇ ଦିଆଯିବ ବୋଲି ଷ୍ଟାଫମାନେ କହିବାରୁ  ସାଧୁମାଝୀ ଭାଇର ବେଡ୍ ପାଖରେ ଜଗି ବସିଥିଲେ ଭୋରଠାରୁ ସାଧୁରାମ ଜରୁରୀକାଳୀନ ଡେସ୍କ ପାଖକୁ ଯାଇ ଅକ୍ସିଜେନ ଦେବା ପାଇଁ ନେଉଁରା ହୋଇଥିଲେ ହେଲେ ଆକ୍ସେଜେନ ନ ଦେବାରୁ  ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ସାଧୁରାମ ମାଝୀ ପ୍ରକାଶ କରିଛନ୍ତି । କୋଭିଡ ଡାକ୍ତରଖାନା ରେ ନିୟୋଜିତ ଥିବା କର୍ମଚାରି ମାନଙ୍କ ଅବହେଳା ପ୍ରତି ତାଙ୍କ ଭାଇ ର ଜୀବନ ଚାଲିଗଲା ବୋଲି ସାଧୁରାମ ଅଭିଯୋଗ ଆଣିଛନ୍ତି । ସାଧୁରାମ ସକାଳ ୫ଟା ସମୟରୁ ଗ୍ରାମର ବୁଦ୍ଧିଜୀବୀ ଲୋକଙ୍କୁ ଫୋନ ଦ୍ୱାରା ଅକ୍ସିଜେନ ଯୋଗାଇବା ପାଇଁ ସାହାଯ୍ୟ ମାଗିଥିଲେ ପରିତାପର ବିଷୟ ଯେ, ଅକ୍ସିଜେନ କାହା ଦ୍ୱାରା ଯୋଗାଡ଼ ହୋଇପାରିଲାନାହି ଫଳରେ ଦୁର୍ଯ୍ୟୋଧନଙ୍କ ଜୀବନ ଚାଲିଗଲା ବୋଲି ସାଧୁରାମ କହିଛନ୍ତି । ସକଳା ୧୦ଟାରେ କୋଭିଡ୍ ଡାକ୍ତରଖାନାକୁ ଗୋଟିଏ ଗାଡିରେ ଭର୍ତ୍ତି ହୋଇ ଅକ୍ସିଜେନ ଆସିଥିଲା ବୋଲି ସାଧୁମାଝୀ କହିଛନ୍ତି । ନୂଆପଡା ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ କାଳିନ୍ଦୀଚରଣ ବେହେରାଙ୍କୁ ପଚାରିବାରୁ ଆମ ଡାକ୍ତରଖାନାରେ ଭରପୁର ଅକ୍ସିଜେନ ଟ୍ୟାଙ୍କ ଅଛି ,ଅସୁବିଧା ହେବାର ପ୍ରଶ୍ନ ଉଠୁନାହିଁ । ଯଦି ଏଭଳି କିଛି ତଥ୍ୟ ଅଛି ତାହେଲେ ମରିବା ଲୋକଙ୍କ ନାମ ଦିଅନ୍ତୁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking