25.1 C
Bhubaneswar
Thursday, May 9, 2024
Homeଓଡିଶାପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁରରେ କଟକଣା, ପୁଲିସ ଓ ଜନତା ମୁହାଁ ମୁହିଁ

ପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁରରେ କଟକଣା, ପୁଲିସ ଓ ଜନତା ମୁହାଁ ମୁହିଁ

ବାଲେଶ୍ୱର : ପଶ୍ଚିମବଙ୍ଗରୁ ଭୟଙ୍କର ରୂପ ନେଇ ମାଡି ଆସୁଛି କରୋନା ଭୂତାଣୁ । ପଶ୍ଚିମବଙ୍ଗରେ ଚିହ୍ନଟ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ ଏବେ ଆତଙ୍କ ଖେଳାଇ ଦେଇଛି । ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ଗତ ଶୁକ୍ରବାର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭୋଗରାଇର ସାହାବାଜିପୁର ସୀମା ପରିଦର୍ଶନ କରି ଫେରିଛନ୍ତି । ଦୀର୍ଘ ସମୟ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରି ସୀମାରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଜିଲ୍ଲାପାଳ ସୀମାରେ ଥିବା ଚନ୍ଦନେଶ୍ୱର ମହାବିଦ୍ୟାଳୟ ପରିସରରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ମଧ୍ୟ ବୁଲି ଦେଖିଛନ୍ତି । ବିଶେଷ କରି ଉଦୟପୁର, ବାଡ଼ସରିଷା କେନ୍ଦ୍ର ଯଥାଶିଘ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ୧୫ଟି ପଞ୍ଚାୟତର ସରପଞ୍ଚଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପଶ୍ଚିମବଙ୍ଗକୁ ଯାଇଥିବା ସମସ୍ତ ରାସ୍ତା ସିଲ୍ କରାଯାଇଥିବା ବେଳେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଜିଲ୍ଲାପାଳ ସାହାବାଜିପୁର ସୀମାରୁ ଫେରିବା ପରେ ସୀମାରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପଶ୍ଚିମବଙ୍ଗର କେତେକ ଲୋକ ତୀବ୍ର ବିରୋଧ କରିବା ସହ ପୁଲିସ ଓ ଜନତା ମୁହାଁମୁହିଁ ଅବସ୍ଥା ଉପୁଜିଥିଲା । ଶେଷରେ ଘଟଣାସ୍ଥଳରେ ଦୀଘା ପୁଲିସ ପହଞ୍ଚି କଟକଣା କୋହଳ କରିବାକୁ କହିବା ପରେ ଉତ୍ତେଜନା କମିଥିଲା । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିବାକୁ ହେଲେ ସମସ୍ତ ନିୟମକୁ କଡ଼ାକଡ଼ି କରାଯାଇଛି । ଓଡ଼ିଶାକୁ ଆସୁଥିବା ବ୍ୟକ୍ତିଙ୍କର ୪୮ଘଣ୍ଟା ପୂର୍ବରୁ କୋଭିଡ ପରୀକ୍ଷା ହୋଇଥିବା ଆବଶ୍ୟକ ।

ନହେଲେ ୨ଥର ଟିକା ନେଇଥିବେ । ଏପରିକି କୌଣସି ଆନ୍ତଃରାଜ୍ୟ ବସ୍ ଚଳାଚଳ କରିବ ନାହିଁ କି କାର୍‌ରେ ଡ୍ରାଇଭର ସମେତ ୩ଜଣରୁ ଅଧିକ ରହିବେ ନାହିଁ ବୋଲି ନିୟମ ରହିଛି । ଏଥିପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁର ବୋର୍ଡକୁ ୨୪ଘଣ୍ଟା ପୁଲିସ ଜଗି ରହିଛନ୍ତି । କେବଳ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଗାଡି ବ୍ୟତୀତ ଆଉ କାହାକୁ ଓଡ଼ିଶାକୁ ଆସିବାକୁ ଦିଆଯାଉନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking