30.1 C
Bhubaneswar
Thursday, April 25, 2024
Homeଓଡିଶାପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ଗାଁ ପୁରୁଷ ଶୁନ୍ୟ      

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ଗାଁ ପୁରୁଷ ଶୁନ୍ୟ      

ନୟାଗଡ଼ : ଶରଣକୁଳ ଥାନା ଗୋଡ଼ିପଡ଼ା ଫାଣ୍ଡି ଜାକେଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୀର୍ଘଦିନ ଧରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଗୋଟିଏ ଗୋଷ୍ଠୀ ଅପରଗୋଷ୍ଠୀର ଦୁଇ ଜଣଙ୍କୁ ଶୁକ୍ରବାର ଅପହରଣ କରି ନେଇଯାଇଥିବା ଶରଣକୁଳ ଥାନାରେ ଅଭିଯୋଗ ହୋଇଛି । ଶନିବାର ସକାଳୁ ଗାଁରେ ପୁଲିସ୍ ପଇଁତରା ମାରୁଥିବାବେଳେ ଗିରଫ ଭୟରେ ଜାକେଡ଼ା ଗାଁ ପୁରୁଷ ଶୁନ୍ୟ ହୋଇପଡ଼ିଛି ।

ସୂଚନା ଅନୁଯାୟୀ, ଗାଁ କୋଠରେ ଥିବା କାଜୁ ଓ ଆମ୍ବ ତୋଟା ନିଲାମ ନେଇ ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା । ଗତ ସପ୍ତାହରେ କାଜୁ ଓ ଆମ୍ବତୋଟା ଚଳିତ ବର୍ଷର ନିଲାମ ପାଇଁ  ପୁଣି ଗ୍ରାମରେ ସଭା ବସିଥିଲା । ଏଥିରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ କୋଠ ସମ୍ପତିକୁ ଭାଗ କରିବା ପାଇଁ ଦାବି କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମବାସୀ ନିଜ ନିଜ ଘରେ ଶୋଇଥିବାବେଳେ କିଛି ସବର୍ଣ୍ଣ ବ୍ୟକ୍ତି ଅସବର୍ଣ୍ଣଙ୍କ ସାହି ମଧ୍ୟକୁ ପଶିଆସି ଗାଳିଗୁଳଜ ସହିତ କିଛି ମାରଣାସ୍ତ୍ରରେ ଭୟଭୀତ କରି ସେ ସାହିର ବୁଦ୍ଧିବାମନ ନାହାକ ଓ ମଣି ନାହାକଙ୍କୁ ଅପହରଣ କରିନେଇଥିବା ଶରଣକୁଳ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗକୁ ଭିତ୍ତିକରି ଶରଣକୁଳ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏସ.ଟୁଡୁ, ପୁଲିସ ଏସ୍‌ଆଇ ବିରଞ୍ଚି ନାରାୟଣ ଅମାତ, ଗୋଡ଼ିପଡ଼ା ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ଶତପଥି, ଓଡ଼ଗାଁ ଅତିରିକ୍ତ ତହସିଲ୍‌ଦାର ନିରଞ୍ଜନ ନାୟକ ଜାକେଡ଼ା ଗ୍ରାମରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ । ଅପହୃତମାନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ଭୟରେ ଗ୍ରାମରେ ଥିବା ପୁରୁଷବ୍ୟକ୍ତିମାନେ କେଉଁଆଡ଼େ ଚାଲିଯାଇଥିବାରୁ ଘଟଣା ସମ୍ପର୍କରେ ସଠିକ୍ ତଥ୍ୟ ପୁଲିସ୍ ପାଇପାରି ନାହିଁ । ଅପରପକ୍ଷେ ଅପହୃତଙ୍କୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ ଦାବିରେ ଅସବର୍ଣ୍ଣମାନେ ଶରଣକୁଳ ଥାନା ପରିସରରେ ବସିରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking