24.1 C
Bhubaneswar
Tuesday, March 19, 2024
Homeଓଡିଶାନୂଆଗାଁ କଣ୍ଟେନମେଣ୍ଟ ଜୋନ

ନୂଆଗାଁ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର: ଗୋଟିଏ ପରିବାରରୁ ୫ ଜଣ କରୋନା ପଜେଟିଭ ଚିହ୍ନଟ ହେବା ପରେ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ସେମାନେ କରୋନା ପଜେଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୁବାସନଗର ବସ୍ତିରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରିଛି ବିଏମସି । ବର୍ତମାନ ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ରାଜନୈତିକ, ସାମାଜିକ କାର୍ଯ୍ୟକ୍ରମ , ବିକ୍ଷୋଭ ବେଆଇନ ବୋଲି ସେ କହିଛନ୍ତି । ଏଭଳି କେହି ଏକତ୍ରିତ ହେଲେ ଦଣ୍ଡବିଧାନ ହେବ ବୋଲି ବିଏମସି କହିଛି । ଗୃହ ମନ୍ତ୍ରାଳୟ ଗାଇଡ ଲାଇନ ଅନୁସାରେ ଲୋକଙ୍କୁ ଏକତ୍ରିତ ହେବା ମନା । ପୂର୍ବରୁ ଏମିତି କିଛି ଘଟଣାରେ ଜରିମାନା କରାଯାଇଛି । ଆଗକୁ ବି ହେବ । ଏଭଳି କାର୍ଯ୍ୟରେ ଲୋକଙ୍କୁ ସାମିଲ ନହେବା ପାଇଁ କମିଶନର ଅପିଲ କରିଛନ୍ତି ।
ଆଜି ୧୯ଟି ଜିଲ୍ଲାରୁ ୫୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ୨୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୧, ରାୟଗଡ଼ାରୁ ୭୬, ଖୋର୍ଦ୍ଧାରୁ ୨୬, ବରଗଡ଼ରୁ ୨୧, ବଲାଙ୍ଗୀରୁ ୧୯, ମୟୁରଭଞ୍ଜରୁ ୧୦, ସମ୍ବଲପୁର ୮, କେନ୍ଦୁଝର ଓ ଜଗତସିଂହପୁରରୁ ୬ଜଣ । କଳାହାଣ୍ଡି ୫, ଢ଼େଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ଜଣ । କୋରାପୁଟରୁ ୪, ଭଦ୍ରକ, ଓ ପୁରୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଏନ୍‌ଡିଆର୍‌ଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking