24.1 C
Bhubaneswar
Tuesday, March 19, 2024
Homeସ୍ୱାସ୍ଥ୍ୟଗ୍ରାମାଚଂଳରେ ବାଟ ହୁଡ଼ିଛି ସ୍ୱାସ୍ଥ୍ୟସେବା

ଗ୍ରାମାଚଂଳରେ ବାଟ ହୁଡ଼ିଛି ସ୍ୱାସ୍ଥ୍ୟସେବା

ରାଉରକେଲା :(ସୁବୋଧ ନାୟକ): ପ୍ରତିବର୍ଷ ସାରାବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଦିବସକୁ ବିଭିନ୍ନ ସାମାଜିକ, ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପାଳନ କରାଯାଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସଚେତନତା ଲାଗି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧରେ ଅବଗତ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ଏବେ ମଧ୍ୟ କିଛି ଅପହଂଚ ଇଲାକା ନିକଟ ଗ୍ରାମାଚଂଳ ଗୁଡ଼ିକରେ ସ୍ୱାସ୍ଥ୍ୟସେବାରୁ ବଂଚିତ ହୋଇ ଦହଗଂଜ ହେଉଛନ୍ତି ଦାରିଦ୍ର‌୍ୟ ଶ୍ରେଣୀର ନିରୀହ ଗ୍ରାମବାସୀ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ପର୍କୀତ ଯୋଜନାର ସୁଫଳ ପାଇବାକୁ ଏଭଳି ଅଂଚଳର ଗ୍ରାମବାସୀ ମାନେ ବହୁ ଦିନରୁ ଦାବି କରି ଆସୁଥିଲେ ସୁଦ୍ଧା ଏହା ବିଫଳ ସାବସ୍ତ୍ୟ ହେଉଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଅପରପକ୍ଷରେ ସରକାରୀ କଳର ଅବ୍ୟବସ୍ଥା ଦ୍ୱାରା ସ୍ୱାସ୍ଥ୍ୟ ସେବା ଅପହଂଚ ଇଲାକା ଗୁଡ଼ିକରେ ପହଂଚି ନପାରିବା ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ପ୍ରତି କୁଠାରଘାତ ସଦୃଶ ହୋଇଛି ।
ଲାଠିକଟା ବ୍ଲକର ରାମଯୋଡ଼ି ଗ୍ରାମ ପଂଚାୟତରେ ସ୍ୱାସ୍ଥ୍ୟସେବା ଲୋକଙ୍କୁ ଠିକଭାବରେ ମିଳି ପାରୁନାହିଁ ବୋଲି ବହୁ ସମୟରୁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସୁଛି । ଯଦିଓ ଏହି ପଂଚାୟତ କାର୍ଯ୍ୟାଳୟ ନିକଟରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ମାତ୍ର ବର୍ଷର ଅନେକ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସୁବିଧା ଲୋକଙ୍କୁ ଏତେଟା ମିଳି ପାରେ ନାହିଁ ବୋଲି ଅଭିଯୋଗ ହୋଇଥାଏ । ସେହିପରି ବିଭିନ୍ନ ଜଟିଳ ରୋଗର ଚିକିତ୍ସା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଇ ପାରି ନଥାଏ । ଏହି କାରଣ ନେଇ ଗ୍ରାମାଂଚଳର ଅଧିକାଂଶ ଗ୍ରାମବାସୀ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ଲାଗି ଗୁଣିଆ ଓ କ୍ୱାର୍କ ମାନଙ୍କ ଉପରେ ନିର୍ଭର କରିବାକୁ ଏକ ରକମର ବାଧ୍ୟ ହୋଇଥାନ୍ତି । ଯାହାକି ସମୟ ସମୟରେ ଅର୍ଥହାନୀର ପୀଡ଼ା ସୃଷ୍ଟି କରିବା ସହ ରୋଗୀର ଜୀବନ ପ୍ରତି ମଧ୍ୟ ଆଶଙ୍କା ଦେଖାଦେଇଥାଏ । ରାମଯୋଡ଼ି ଗ୍ରାମ ପଂଚାୟତ ଠାରୁ ରାଉରକେଲା ସରକାରୀ ହସ୍ପିଟାଲର ଦୂରତ୍ୱ ପ୍ରାୟ ୨୫ କିଲୋମିଟରରୁ ଉର୍ଦ୍ଧ । ଏହି କାରଣରୁ କୌଣସି ରୋଗରେ ପିଡ଼ିତ ବ୍ୟକ୍ତି ଏତେଦୂର ଆସିବା ସମ୍ଭବପର ହୋଇ ପାରିନଥାଏ । ଅପରପକ୍ଷରେ ସରକାରଙ୍କ ଦ୍ୱାରା ପ୍ରଦତ ୧୦୮ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଏହି ଅଂଚଳରେ ପ୍ରାୟ ସମୟ ଦେଖାଦର୍ଶନ ମିଳୁ ନଥିବାରୁ ଗ୍ରାମବାସୀ ମାନଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କିଛି ଗ୍ରାମବାସୀଙ୍କ ମୁହଁରୁ ଶୁଣିବାକୁ ମିଳେ । ଏପରିକି କିଛି ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀ ଔଷଧର ଅଭାବ ପରିଲିକ୍ଷିତ ହୋଇଥାଏ । ଫଳରେ ଗ୍ରାମବାସୀ ସହରକୁ ଯାଇ ଔଷଧ କ୍ରୟ କରିବାକୁ ବାଧ୍ୟ ହୋଇଥାନ୍ତି । ସରକାର ସ୍ୱାସ୍ଥ୍ୟ ସମ୍ପର୍କୀତ ବିଭିନ୍ନ ଯୋଜନା ଯେପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ମମତା ଯୋଜନା ଆଦି ସମ୍ବନ୍ଧରେ ଏଠାକାର ଗ୍ରାମବାସୀ ଅଜ୍ଞ ତଥା ସଚେତନ ହୋଇ ନପାରିବା କାରଣରୁ, ଏସବୁର ସୁବିଧା ପାଇବାରେ ଅସମର୍ଥ ହୋଇଥାନ୍ତି । ଗ୍ରାମର ଅଧାରୁ ଅଧିକ ବିପିଏଲ ଶ୍ରେଣୀର ଅର୍ନ୍ତଭୁକ୍ତ ହୋଇଥିଲେ ସୁଦ୍ଧା ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟସେବା ଏମାନଙ୍କ ପାଖରେ ପହଂଚିବା ପାରିବା ସ୍ପଷ୍ଟ ଭାବେ ଦୃଶ୍ୟମାନ ହୁଏ । ଏହି ଅଂଚଳର ପାରିପାର୍ଶୀକ ବିକାଶ ଲାଗି କୌଣସି ଶିଳ୍ପାନୁଷ୍ଠାନ ଯତ୍ନବାନ ହେଉନଥିବାରୁ ଏଠାରେ କେବେ ନିଶ୍କୁକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇନଥାଏ ବୋଲି କିଛି ଗ୍ରାମାବାସୀ ମତ ଦିଅନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking