33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ

ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ପୁଣି ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆର ଅଂଚଳରେ ଆଜି ସନ୍ଧ୍ୟାରେ ଭୂକମ୍ପ ହୋଇଥିବା ବେଳେ ୩ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଝଟକା ଲାଗିଥିଲା ଏବଂ ରିକ୍ଟର ସ୍କେଲରେ ଭୂମକମ୍ପର ତୀବ୍ରତା ୪.୫ ରହିଥିବା ସୂଚନା ମିଳିଛି । ଦିଲ୍ଲୀ, ନଏଡା, ଗାଜିୟାବାଦରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଗତ କିଛି ମାସ ମଧ୍ୟରେ ଲଗାତର ଭାବରେ ଦିଲ୍ଲୀ ଏନସିଆର୍ ସମେତ ଦେଶର ବିଭିନ୍ନ ସହରରେ ଭୂକମ୍ପ ହୋଇଛି । ଭୂକମ୍ପ ଝଟକା ପରେ ଅନେକ ଅଂଚଳରେ ଲୋକେ ନିଜ ଘର ବାହାରକୁ ବାହାରି ଆସିଥିଲେ । ଗୁରୁଗ୍ରାମ-ହରିୟାଣାର ଦକ୍ଷିଣ-ପଶ୍ଚିମରୁ ୬୩ କିମି ଦୂରରେ ୪.୫ ରିକ୍ଟର ତୀବ୍ରତାରେ ଏହା ଅନୁଭୁତ ହୋଇଥିଲା । ତେବେ ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking