38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏନଟିଏ ଜେଇଇ ମେନ ୨୦୨୧: ଏହି ତାରିଖରେ ହେବ ପରୀକ୍ଷା

ଏନଟିଏ ଜେଇଇ ମେନ ୨୦୨୧: ଏହି ତାରିଖରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୨୦୨୧ରେ ଜେଇଇ ମେନ ପରୀକ୍ଷା ୪ ଟି ପର୍ଯ୍ୟାୟରେ ଆୟୋଜିତ କରିବାକୁ ଯାଉଛି । ପ୍ରାର୍ଥୀମାନେ ସେମାନଙ୍କ ସୁବିଧା ଅନୁଯାୟୀ, ପରୀକ୍ଷାରେ ଏକାଧିକ ଥର ଉପସ୍ଥିତ ରହି ନିଜ ସ୍କୋର ରେ ଉନ୍ନତି କରିପାରିବେ । ଏହି ପରୀକ୍ଷା ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଆୟୋଜିତ ହେବ ।
ପରୀକ୍ଷାର ସଂପୂର୍ଣ୍ଣ ବିବରଣୀ
ସେସନ:୧ ୨୩,୨୪,୨୫ ଓ ୨୬ ଫେବୃୟାରୀ ୨୦୨୧
ସେସନ:୨ ୧୫,୧୬,୧୭ ଓ ୧୮ ମାର୍ଚ୍ଚ ୨୦୨୧
ସେସନ:୩ ୨୭,୨୮,୨୯ ଓ ୩୦ ଏପ୍ରିଲ ୨୦୨୧
ସେସନ:୪ ୨୪,୨୫,୨୬, ୨୭ ଓ ୨୮ ମେ ୨୦୨୧
ଚଳିତ ଥର ପରୀକ୍ଷା ହିନ୍ଦୀ ଓ ଇଂରାଜୀ ଅପେକ୍ଷା ଅସମିୟା, ବଙ୍ଗାଳୀ, ଗୁଜୁରାତୀ, କନ୍ନଡ, ମରାଠୀ, ଓଡିଆ, ପଂଜାବୀ, ତାମିଲ୍‌, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ହେବ । ପରୀକ୍ଷା ସିଲାବସ କମ୍ କରାଯାଇନାହିଁ । ମାତ୍ର ପ୍ୟାଟର୍ନରେ ପରିବର୍ତ୍ତନ କରାଯାଇଛି । ଯାହାଦ୍ୱାରା ଛାତ୍ରଛାତ୍ରୀ ସଂପୂର୍ଣ୍ଣ ପେପର ଆଟେମ୍ପଟ କରିପାରିବେ । ପରୀକ୍ଷା ପାଇଁ ଆପ୍ଲିକେସନ ଲିଙ୍କ ଆକ୍ଟିଭ ରହିଛି । ଇଚ୍ଛୁକ ଛାତ୍ରଛାତ୍ରୀ ଅଫିସିଆଲ ୱେବ ସାଇଟକୁ ଯାଇ ଏଥିପାଇଁ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking