29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗହ୍ୱାଟସ ଆପରେ ଖୁବଶୀଘ୍ର ଆସିପାରେ ମଲ୍ଟି ଡିଭାଇସ ସପୋର୍ଟ ଫିଚର

ହ୍ୱାଟସ ଆପରେ ଖୁବଶୀଘ୍ର ଆସିପାରେ ମଲ୍ଟି ଡିଭାଇସ ସପୋର୍ଟ ଫିଚର

ନୂଆଦିଲ୍ଲୀ: ଗତ କିଛି ମାସ ଧରି ହ୍ୱାଟସଆପ ନିଜ ପ୍ଲାଟଫର୍ମରେ ମଲ୍ଟି ଡିଭାଇସ ସପୋର୍ଟ ଦେବା ପାଇଁ ସେଥିରେ କାମ କରୁଛି । ବର୍ଷ ସାରା ଏହାକୁ ନେଇ ରିପୋର୍ଟ ସାମ୍ନାକୁ ଆସିଛି । ଆଉ ଏବେ ଏକ ନୂଆ ରିପୋର୍ଟରେ ଏହି ଫିଚରକୁ ନେଇ କିଛି ନୂଆ ତଥ୍ୟ ଆସିଛି । ହ୍ୱାଟସଆପର ଡେଭେଲପମେଣ୍ଟକୁ ଟ୍ରାକ କରୁଥିବା ବ୍ଲଗ ୱାବିଟାଇନଫୋ ରିପୋର୍ଟ ଅନୁସାରେ, ଫେସବୁକ ମାଲିକାନା ଏହି ଆପ୍ ଦ୍ୱାରା ବର୍ତମାନ ଟେଷ୍ଟିଂ କରାଯାଉଛି ଯେ, ଏହି ଅପକମିଂ ଫିଚରକୁ ଅନ କରିବା ପରେ କ୍ଲାସ କେମିତି କନଫିଗର କରିହେବ । ଗତସପ୍ତାହରୁ ଏହି ଟେଷ୍ଟ ଜାରି ରହିଛି ଯେ, ଅଲଗା ଅଲଗା ଡିଭାଇସ ମଧ୍ୟରେ ସମାନ ଆକାଉଣ୍ଟ ପାଇଁ କ୍ଲାସ କେମିତି କାମ କରିବ । ଏଥିରୁ ଏହା ଜଣାପଡୁଛି ଯେ, କମ୍ପାନୀ ଏହି ଫିଚରକୁ ନେଇ ଗଭୀର ଭାବରେ କାର୍ଯ୍ୟ କରୁଛି । ବହୁତ ଜଲଦି ଆମେ ଏହି ଫିଚର ଦେଖିପାରିବା । କିଛି ପୁରୁଣା ରିପୋର୍ଟରେ ଏହି ଫିଚର ବିଷୟରେ କୁହାଯାଇଥିଲା । ଏହି ଫିଚର ସାହାଯ୍ୟରେ ବ୍ୟବହାରକାରୀ ସମାନ ଆକାଉଣ୍ଟକୁ ଚାରୋଟି ଅଲଗା ଅଲଗା ଡିଭାଇସ ଉପରେ ଗୋଟିଏ ସମୟରେ ଚଲାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking