32.1 C
Bhubaneswar
Friday, April 26, 2024
Homeଓଡିଶାନବ ଦମ୍ପତିଙ୍କୁ ସରକାରୀ ଉପହାର, ବିବାହ ଦିନ ହିଁ ଆଶା କର୍ମୀ ଦେବେ ନବ ଦମ୍ପତି...

ନବ ଦମ୍ପତିଙ୍କୁ ସରକାରୀ ଉପହାର, ବିବାହ ଦିନ ହିଁ ଆଶା କର୍ମୀ ଦେବେ ନବ ଦମ୍ପତି ଗିଫ୍ଟ

ଭୁବନେଶ୍ୱର : ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର । ନବ ବିବାହିତଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେବ ଉପହାର । ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶା କର୍ମୀ ଦେବେ ଏହି ଉପହାର । ଯେଉଁ ଗିଫ୍ଟ ପ୍ୟାକେଟରେ ରହିବ ୨ଟି ଟାୱେଲ , ନେଲ କଟର ,ଆଇନା,ପାନିଆ, ଟିକିଲି,ରୁମାଲ, ସହ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ଗର୍ଭ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ , ପ୍ରେଗନେନ୍ସି ଟେଷ୍ଟିଂ କିଟ,ଏମରଜେନ୍ସି କଣ୍ଟ୍ରା ସେପ୍ଟିକ ପିଲସ ଓ ବିବାହ ପଞ୍ଜିକରଣ ଫର୍ମ ରହିବ । ତା ସହ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ପ୍ରଥମ ରାଜ୍ୟ ଭାବେ ଓଡିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ବିବାହ ଗିଫ୍ଟ ।ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ”ନବ ଦମ୍ପତି ଗିଫ୍ଟ” । ଏନେଇ ସୂଚନା ଦେଇଛନ୍ତି ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking