28.1 C
Bhubaneswar
Saturday, April 27, 2024
Homeଓଡିଶାମନରେଗା କାର୍ଯ୍ୟ ର କ୍ଷେତ୍ର ପରିଦର୍ଶନକଲେ ବରିଷ୍ଠ ଅଧିକାରୀ

ମନରେଗା କାର୍ଯ୍ୟ ର କ୍ଷେତ୍ର ପରିଦର୍ଶନକଲେ ବରିଷ୍ଠ ଅଧିକାରୀ

ଯାଜପୁର : ମନରେଗା କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ଗୁରୁତ୍ୱ ଦେଇଛନ୍ତି !ବିଭିନ୍ନ ବ୍ଲକ ମାନଙ୍କ ପୂର୍ବ ରୁ ଏକାଧିକ ଥର ବୈଠକ କରାଯାଇ ତାହା ମାର୍ଗଦର୍ଶିକା ଓ ସରକାର ଙ୍କ ଆଭିମୁଖ୍ୟ କୁ ଷ୍ପଷ୍ଟ ଭାବେ ଅବଗତ କରାଯାଇଛି !ଏହି ପରିପେକ୍ଷୀ ରେ ଶୁକ୍ରବାର ପୂର୍ବାହ୍ନ ରେ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ନାୟକ ଙ୍କ ସମେତ ଜିଲ୍ଲା ରେ ପ୍ରୋବେସନ ରେ ଥିବା ଆଇଏଏସ ଅଧିକାରୀ ପାୱାର ସଚିନ ପ୍ରକାଶ ଧର୍ମଶାଳା ବ୍ଲକ ର ଅଭୟପୁର ପଞ୍ଚାୟତ ର ଅଭୟପୁର ଗ୍ରାମ ର ଏକ ଫର୍ମ କୁ ପରିଦର୍ଶନ କରିଥିଲେ !ସେଠାରେ ଶ୍ରମିକ ମାନଙ୍କ ସହ ଆଲୋଚନା କରିବା ପରେ କମାଗତ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ !ମନରେଗା ବିଭିନ୍ନ ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିର୍ଦେଶକ ସ୍ଥାନୀୟ ସରପଞ୍ଚ ଙ୍କ ସହ ଆଲୋଚନା କରିଵା ସହ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଓ ଜିଆରଏସ ଙ୍କୁ ନିର୍ଦେଶ ଦେଇଥିଲେ !ଏହି ଅବସରରେ ଶ୍ରୀ ପ୍ରକାଶ ନିକଟରେ ଥିବା ଟିଏମସି  କେନ୍ଦ୍ର ପରିଦର୍ଶନ କରିବା ସହ ବ୍ୟବସ୍ଥା ସଂପର୍କ ରେ ସ୍ଥାନୀୟ ସରପଞ୍ଚ ଙ୍କ ସହ ଆଲୋଚନା କରିଥିଲେ !ସେହିପରି କେନ୍ଦ୍ର ରେ ୨୮ ଜଣ ପ୍ରଵାସୀ ରହି ଥିବାବେଳେ ନିସ୍କାରିତ ସମୟ ପରେ ନିଜ ନିଜ ଘର କୁ ପ୍ରତ୍ୟାବର୍ତନ କରିଥିବା ନେଇ ସରପଞ୍ଚ ସୂଚନା ଦେଇଥିଲେ !ଏହି ପରିଦର୍ଶନ ସମୟ ରେ ବିଡ଼ିଓ ସ୍ମିତା ରଥ ଉପସ୍ଥିତ ଥିଲେ !ସେହି ପରି ରସୁଲପୁର ବ୍ଲକର କଲଣ  ଓ ଜବରା ପଞ୍ଚାୟତ ରେ ନିର୍ମାଣ ଚାଲିଥିବା ରାସ୍ତା କୁ ପରିଦର୍ଶନ କରିଥିଲେ !କାମ କରୁଥିବା ଶ୍ରମିକ ଓ ସ୍ଥାନୀୟ ସରପଞ୍ଚ ସହ ଆଲୋଚନା କରିଥିଲେ ପରେ ରସୁଲପୁର ପଞ୍ଚଯାତ ସୁଆଁ ସାହି ସ୍ଥିତ ଅନୁସୂଚି  ଜାତି ଆବାସିକ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରାଯାଇ ଥିଲା ଏହି କାର୍ଯ୍ୟ ରେ ସ୍ଥାନୀୟ ବିଡ଼ିଓ ଉମାକାନ୍ତ ପରିଡା ବ୍ଲକ ଆନ୍ୟନୀୟ କର୍ମଚାରୀ ଓ ଆବାସିକ ବିଦ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ ମନରେଗା ସଂଯୋଜକ ଚିନ୍ମୟ ସିଂହ ଏଥିରେ ସହଯୋଗ କରି ଥିଲେ !
-ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking